ଚରିତ୍ର ଲାଗି ଲଣ୍ଡା

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢ଼ାଳିବା ପାଇଁ କିଛି ବି କରିପାରେ। ଏପରି ଅନେକ ଦୃଷ୍ଟାନ୍ତ ବଲିଉଡ୍‌ରେ ଦେଖିବାକୁ ମିଳିଛି। ଅନେକ ଅଭିନେତ୍ରୀ ନିଜର ଚରିତ୍ର ଲାଗି ଲଣ୍ଡା ହେବାକୁ ପଛାଇ ନାହାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଅଭିନେତ୍ରୀ।

ଶବାନା ଫିଲ୍ମ ‘ଓ୍ବାଟର’ ପାଇଁ ଲଣ୍ଡା ହୋଇଥିଲେ। ପ୍ରଶଂସକ ତାଙ୍କୁ ସେଭଳି ରୂପରେ ଦେଖି ଚକିତ ହୋଇଯାଇଥିଲେ। ଫିଲ୍ମଟି ବିଧବାଙ୍କ ଜୀବନ ଉପରେ ଆଧାରିତ ଥିଲା। ମାତ୍ର ଫିଲ୍ମଟି ରିଲିଜ ହୋଇପାରି ନ ଥିଲା। କାରଣ ଏହାର କାହାଣୀ ବିବାଦୀୟ ବୋଲି କୁହାଯାଇଥିଲା।

ଲୋକପ୍ରିୟ ପ୍ରିୟଙ୍କା ଚୋପ୍ରା ‘ମ୍ୟାରି କମ୍‌’ ଫିଲ୍ମ ଲାଗି ଲଣ୍ଡା ହୋଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା।
ଅଭିନେତ୍ରୀ ତନୁଜା ମଧ୍ୟ ‘ପିତୃଋଣ’ ଫିଲ୍ମ ଲାଗି ଲଣ୍ଡା ହୋଇଥିଲେ। ଫିଲ୍ମ ‘ବାଜିରାଓ ମସ୍ତାନୀ’ ଲାଗି ରଣବୀର ସିଂହଙ୍କ ମା’ ଚରିତ୍ରରେ ନଜର ଆସିଥିବା ତନ୍‌ଭି ଆଜମୀ ଲଣ୍ଡା ହୋଇଥିଲେ।

ନିକଟରେ ଶିଳ୍ପା ସେଟ୍ଟୀ ଅଣ୍ଡରକଟ୍‌ ହେୟାର ଷ୍ଟାଇଲ କରି ଚର୍ଚ୍ଚାରେ ରହିଥିଲେ। ଫିଲ୍ମ ‘ଦ ଜିଜାୟର’ ଲାଗି ସେ ଏଭଳି ଚୁଟି କାଟିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋନାକ୍ଷୀଙ୍କ ପରେ ଏବେ କପୁର ପରିବାରରେ ବାଜିବ ସାହାନାଇ!

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର କୋର୍ଟ ମ୍ୟାରେଜ ପରେ ମୁମ୍ବାଇର ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ ବୈଷ୍ଟିୟନିରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ।...

ସାନ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ଗତ ସାତ ବର୍ଷ ଧରି ଡେଟିଂ କରୁଥିବା ଏହି କପଲ୍‌ ମୁମ୍ବାଇରେ...

ସୋନାକ୍ଷୀଙ୍କ ବିବାହ ଭୋଜିରେ ଯୋଗ ଦେବେ ୧୦୦୦ ଅତିଥି, ରାତିସାରା ଚାଲିବ ପାର୍ଟି

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ୭ ବର୍ଷର ବନ୍ଧୁତା ପ୍ରେମରେ ପରିଣତ ହୋଇ ବିବାହରେ ପହଞ୍ଚିଛି। ସୋନାକ୍ଷୀ ଜାହିର ଇକ୍‌ଓ୍ବାଲଙ୍କୁ...

ଅନୁଷ୍କା ଶେଟ୍ଟୀଙ୍କୁ ‘ହସ ରୋଗ’

ହାଇଦ୍ରାବାଦ, ୨୩।୬: ‘ବାହୁବଲୀ’ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସ୍ୟୁଡୋବୁଲ୍‌ବାର ଆଫେକ୍ଟ(ପିବିଏ) ନାମକ ଏକ ବିରଳ ‘ହସ ରୋଗ’ରେ ପୀଡ଼ିତ ଅଛନ୍ତି। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ...

ଜ୍ୟୋତି ହେଗ୍‌ଡେ, ମଜିଦ୍‌ ସାହେବଙ୍କୁ ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ’

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେଶନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସର ସପ୍ତମ ସଂସ୍କରଣ ଶନିବାର ଉଦ୍‌ଯାପିତ...

ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାରୁ ସତ୍ୟ, ସୋନାଲି

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଚାଇନାରେ ଅନୁଷ୍ଠିତ ହେଉଛି ୨୬ତମ ସାଂଘାଇ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ। ଏହି ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତା, ଅଭିନେତ୍ରୀ ଆଦି ବିଭିନ୍ନ ବର୍ଗରେ...

ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଜୁନ୍‌ ୨୩ରେ ଦୀର୍ଘଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିବେ ସେ। ଏହାକୁ ନେଇ...

ଜନ୍ମଦିନରେ କରିଥାନ୍ତେ ନିଜ ରାଜନୈତିକ ପାର୍ଟିର ଲଞ୍ଚ, ହେଲେ ଥାଲାପଥିଙ୍କର ରହିଛି ଅଲଗା ପ୍ଲାନ

ନୂଆଦିଲ୍ଲୀ,୨୨।୬: ସାଉଥ୍‌ ସୁପରଷ୍ଟାର ଥାଲାପଥି ବିଜୟ ଚଳିତ ବର୍ଷ ଆରମ୍ଭରେ ନିଜର ରାଜନୈତିକ ଦଳ ତାମିଜାଗା ଭେଟ୍ରି କାଜଗାମ ଲଞ୍ଚ କରିଛନ୍ତି। କିନ୍ତୁ ଚଳିତ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri