୩ ଜଣଙ୍କୁ ବିବାହ କରି ମଧ୍ୟ ଆଜି ଏକାକୀ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ନୀଳିମା ଅଜିମ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ୧୯୫୮ ମସିହା ଡିସେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌କୁ ସେ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଆଜିତାଙ୍କ ଜନ୍ମଦିନରେ ତାଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା ଜାଣନ୍ତୁ ।
ଫିଲ୍ମ ବ୍ୟତୀତ ନୀଳିିମା ଅନେକ ଟେଲିଭିଜନ ସିରିଏଲରେ କାମ କରିଛନ୍ତି। ସେ ମଧ୍ୟ ବହୁତ ଭଲ କଥକ ନୃତ୍ୟଶିଳ୍ପୀ। ତାଙ୍କର ଦୁଇ ପୁଅ ଶାହିଦ କପୁର ଏବଂ ଇଶାନ ଖଟ୍ଟର। ପଙ୍କଜ କପୁର ହେଉଛନ୍ତି ତାଙ୍କର ପ୍ରଥମ ସ୍ବାମୀ ଯାହାଙ୍କୁ ସେ ୧୯୭୯ ରେ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ ଶାହିଦ ଜନ୍ମ ହୋଇଥିଲେ। ୧୮୮୪ରେ ନୀଳିିମା ଏବଂ ପଙ୍କଜ ପରସ୍ପରଠାରୁ ଅଲଗା ହୋଇଥିଲେ। ଏକ ସାକ୍ଷାତକାରରେ ନୀଳିିମା କହିଛନ୍ତି, ‘ମୁଁ ପଙ୍କଜଠାରୁ ଅଲଗା ହେବା ମୋର ନିଷ୍ପତ୍ତି ନୁହେଁ। ଏହା ସତ୍ୟ। ସେ ନିଜେ ମୋଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ’। ଏହା ମୋ ପାଇଁ ବହୁତ କଷ୍ଟକର ସମୟ ଥିଲା। ପରେ ପଙ୍କଜ ୧୯୮୮ରେ ଅଭିନେତ୍ରୀ ସୁପ୍ରିୟା ପାଠକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି, ସାନା କପୁର ଏବଂ ରୁହାନ କପୁର। ଶାହିଦଙ୍କ ଫିଲ୍ମ ‘ସାନ୍ଦାର’ ରେ ସନା କପୁରଙ୍କୁ ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ, ନୀଳିମା ୧୯୯୦ରେ ଟିଭି କଳାକାର ତଥା ମିମିକ୍ରି କଳାକାର ରାଜେଶ ଖଟ୍ଟରଙ୍କୁ ବିବାହ କରିଥିଲେ। ପରେ ପୁଅ ଇଶାନ ଖଟ୍ଟର ଜନ୍ମ ହୋଇଥିଲେ। ଅବଶ୍ୟ, ଏହି ବିବାହ କେବଳ ୧୧ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ୨୦୦୧ ରେ ସେମାନେ ଅଲଗା ହୋଇଥିଲେ। ୨୦୦୪ରେ ନୀଳିିମା ରଜା ଅଲି ଖାନଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଭାଙ୍ଗିଗଲା। ବର୍ତ୍ତମାନ ସେ ପୁଅ ଶାହିଦଙ୍କ ସହ ରୁହନ୍ତି। ନୀଳିମା କହିଛନ୍ତି ଏତେସବୁ ପରେ ଶାହିଦ ହିଁ ତାଙ୍କୁ ବଞ୍ଚିବାକୁ ପ୍ରେରଣା ଦେଇଥିଲେ।

Share