ନିଜର ଏହି ଭୁଲ ପାଇଁ କ୍ୟାମେରାକୁ ଦେଖି ଲୁଚିଲେ ଶିଳ୍ପା ଶେଟ୍ଟୀ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଉଠିବା ପରେ ଏବେ ସବୁଆଡେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କାମରେ ଘରୁ ବାହାରକୁ ବାହାରିଲେଣି। ଏହିପରି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଆଗାମୀ ଫିଲ୍ମ ‘ହଙ୍ଗାମା-୨’ର ଶୁଟିଂ ଶେଷକରି ମୁମ୍ବାଇ ଫେରିଛନ୍ତି। ଏୟାରପୋର୍ଟରେ ମିଡିଆ ଫଟୋଗ୍ରାଫରଙ୍କୁ ସେ ଅନେକ ପୋଜ୍‌ ମଧ୍ୟ ଦେଲେ। ମାତ୍ର ଏକ ଭୁଲ ପାଇଁ ଶିଳ୍ପାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଲା। କାରଣ ଏହି ସମୟରେ ଶିଳ୍ପା ୨ ଗୋଟିରେ ଭିନ୍ନ ରଙ୍ଗର ଯୋତା ପିନ୍ଧିଥିଲେ। ଲୋକମାନେ ତାଙ୍କର ମଜାକ ଉଡାଇବାରୁ ସେ କ୍ୟାମେରା ସାମ୍ନାର ଦୂରେଇ ଗଲେ। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share