ପାଇଲଟ ସାଇଣ୍ଟିଷ୍ଟ ହେବାକୁ ଲକ୍ଷ୍ୟ ରଖିଥିଲେ ଦିଶା

ମୁମ୍ବାଇ: ସିଲଭର ସ୍କ୍ରିନରେ ନିଜର ଅଭିନୟ ସହିତ ପ୍ରଶଂସକଙ୍କୁ ଘାୟଲ କରିବାରେ ମାହିର ଦିଶା ପାଟନୀ ବାସ୍ତବରେ ‘ବରେଲି କି ବାର୍ଫି’ ହୈ। ଅର୍ଥାତ ଦିଶା ୧୩ ଜୁନ ୧୯୯୨ରେ ଉତ୍ତରପ୍ରଦେଶର ବରେଲିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ପୋଲିସ ଅଫିସର ଏବଂ ଭଉଣୀ ସେନାରେ ଅଛନ୍ତି। ଏମିତି ଦିଶା ପିଲାଦିନରୁ ପାଇଲଟ ହେବାକୁ ଚାହୁଁଥିଲେ, କିନ୍ତୁ ଅଧ୍ୟୟନ କରୁଥିବା ସମୟରେ ସେ ବୈଜ୍ଞାନିକ ହେବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେ ମୁମ୍ବାଇ ଆସିଥିଲେ।
ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ଦିଶା ମୁମ୍ବାଇ ଆସିଥିଲେ। ସେତେବେଳେ ତାଙ୍କର ମାତ୍ର ୫୦୦ଟଙ୍କା ଥିଲା। ଯେତେବେଳେ ଦିଶା ଲକ୍ଷ୍ନୌର ଆମିଟି ୟୁନିଭରସିଟିରେ ବାୟୋଟେକ ପଢୁଥିଲେ, ସେତେବେଳେ ସେ ମଡେଲିଂ ଆରମ୍ଭ କରିଥିଲେ। ସେ ମୁମ୍ବାଇରେ ଏକ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ ଏବଂ ସେ ଅଡିସନ ପାଇଁ କଲ ପାଇବା ଆରମ୍ଭ କରିଥିଲେ। ଏହାପରେ ସେ ତାଙ୍କ ସ୍ବପ୍ନରୁ ବାହାରି ଯାଇ ଅଭିନୟର ପଥ ବାଛି ନେଇଥିଲେ।
ଆଜି ସମସ୍ତେ ଅଭିନେତ୍ରୀଙ୍‌କ ଷ୍ଟାଇଲର ଦିଓ୍ବାନା। କିନ୍ତୁ ଏହା ସବୁବେଳେ ଏହିପରି ନ ଥିଲା । ଅଭିନେତ୍ରୀ କୁହନ୍ତି ଯେ ପିଲାଦିନେ ସେ ଟମ ବାଳକ ପରି ଦେଖାଯାଉଥିଲେ କାରଣ ତାଙ୍କ ପିତା ତାଙ୍କୁ ପୁଅ ପରି ଲାଳନ ପାଳନ କରିଥିଲେ। ନବମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କ କେଶ ମଧ୍ୟ ବହୁତ ଛୋଟ ଥିଲା । ଯେତେବେଳେ ସଲମାନ ଖାଁ ଏକ ସାକ୍ଷାତକାରରେ ତାଙ୍କୁ ପ୍ରଶଂସା କରିଥିଲେ, ସେତେବେଳେ ଅଭିନେତ୍ରୀ ଏହା ପ୍ରକାଶ କରିଥିଲେ।
ଦିଶାଙ୍କ ବଲିଉଡ କ୍ୟାରିୟର କଥା ଆଲୋଚନା କଲେ ସେ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ। ତେବେ ଦିଶାଙ୍କ ଅଭିନୟ କ୍ୟାରିୟର ତେଲୁଗୁ ଚଳଚ୍ଚିତ୍ର ଲୋଫରରୁ ଆରମ୍ଭ ହୋଇଥିଲା। ସେ ଏପର୍ଯ୍ୟନ୍ତ ବାଗୀ ୨, ମଲଙ୍ଗ, ଭାରତ, ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ ସହିତ ଅନେକ ଦମଦାର ଫିଲ୍ମରେ ଅଭିନୟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri