ପ୍ରେମିକାଙ୍କୁ ଆତ୍ମହତ୍ୟା ଧମକ ଦେଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

କମେଡି କିଙ୍ଗ ମେହମୁଦ ୧୯୩୩ ସେପ୍ଟେମ୍ବର ୨୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ। ଭିନ୍ନ ଶୈଳୀ, ହାସ୍ୟ ଏବଂ କମେଡିରେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ଯେଉଁ ଚରିତ୍ରରେ ଅଭିନୟ କରୁଥିଲେ ଦର୍ଶକ ତାକୁ ଦେଖିବା ପାଇଁ ଚାହିଁ ରହୁଥିଲେ। ମେହମୁଦଙ୍କ ସମ୍ପୂର୍ଣ୍ଣ ନାମ ମେହମୁଦ ଅଲ୍ଲୀ। ସେ ତାଙ୍କ ମାତାପିତାଙ୍କ ୮ଟି ସନ୍ତାନ ମଧ୍ୟରୁ ଦ୍ୱିତୀୟ ଥିଲେ। ତାଙ୍କ ପିତା ମୁମତାଜ ଅଲ୍ଲୀ ବମ୍ବେ ଟକିଜ ଷ୍ଟୁଡିଓରେ କାମ କରୁଥିଲେ। ଘରର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ମେହମୁଦ ଅଣ୍ଡା ବିକ୍ରି କରିବା ଏବଂ ଟ୍ୟାକ୍ସି ଚଳାଇବା ଭଳି କାର୍ଯ୍ୟ ମଧ୍ୟ କରିଥିଲେ, କିନ୍ତୁ ପିଲାଦିନରୁ ମେହମୁଦଙ୍କ ଅଭିନୟ ପ୍ରତି ଦୁର୍ବଳତା ଥିଲା। ୧୯୪୩ରେ, ସେ ବମ୍ବେ ଟକିଜର ଫିଲ୍ମ ‘କିସ୍ମତ୍‌’ରେ ଭାଗ୍ୟ ପରୀକ୍ଷା କରିବାର ସୁଯୋଗ ମିଳିଥିଲା। ତାଙ୍କ ଅଭିନୟରେ, ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ। ବିଶ୍ୱକୁ ହସାଇଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ମେହମୁଦ ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀଙ୍କୁ ଟେବୁଲ ଟେନିସ ଶିକ୍ଷା ଦେଉଥିଲେ। ଟେନିସ ଶିକ୍ଷା ଦେଉଥିବାବେଳେ ମେହମୁଦଙ୍କ ହୃଦୟ ମୀନା କୁମାରୀଙ୍କ ଭଉଣୀ ମଧୁଙ୍କ ଉପରେ ପଡିଥିଲା। ପରେ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା। ପରେ ତାଙ୍କୁ ଆତ୍ମହତ୍ୟା ଧମକ ଦେଇ ବିବାହ କରିଥିଲେ ମେହମୁଦ।
ସେହି ସମୟରେ ଜଣେ ଅଭିନେତାଙ୍କ ପାଇଁ କରତାଳି ଦିଆଯାଉଥିଲା, ସେ ହେଉଛନ୍ତି ମେହମୁଦ। ଶୁଟିଂ ଶେଷ ହେବା ପରେ ମେହମୁଦଙ୍କ ପାଇଁ ଜୋରଦାର କରତାଳି ଦିଆଯାଉଥିଲା। ଫିଲ୍ମର ପୋଷ୍ଟରରେ ହିରୋଙ୍କ ସହ ଫଟୋ ଥିବା ମେହମୁଦ ଏକମାତ୍ର ହାସ୍ୟ ଅଭିନେତା ଥିଲେ। ଲୋକମାନେ ପ୍ରେକ୍ଷାଳୟରେ ମେହମୁଦଙ୍କୁ ଦେଖିବାକୁ ଯାଉଥିଲେ।

Share