ପୁଣି ଜଣେ ରାଷ୍ଟ୍ରପତିଙ୍କୁ କରୋନା

ଲା ପାଜ୍‌,୧୦।୭: ବୋଲଭିଆର ଅନ୍ତରୀଣ ରାଷ୍ଟ୍ରପତି ଜିନାଇନ୍‌ ଅନେଜ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି। ୫୩ ବର୍ଷୀୟ ଜିନାଇନ୍‌ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଦ୍ୱିତୀୟ ଥର କରୋନା ଟେଷ୍ଟ କରାଇବେ। ଏହାପୂର୍ବରୁ ମଙ୍ଗଳବାର ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ନିକଟରେ ଜିନାଇନ୍‌ଙ୍କ କ୍ୟାବିନେଟ୍‌ର ୪ଟି ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସୂଚନାଯୋଗ୍ୟ, ବୋଲଭିଆରେ ୪୩ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧,୫୦୦ ଜଣଙ୍କ ମୃତ୍ୟୁ ହୋଇଛି।

Share