ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ପାଟଣାଗଡ଼,୧୨।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ
କୁତମୁଣ୍ଡା ଗ୍ରାମ ନିକଟରେ ଶନିବାର ସକାଳେ ଏକ ବୋଲେରୋ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ ଜଣେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ସୁନାମୁଦି ଗ୍ରାମର ସାଧୁ ସେଠ୍‌ (୪୦) ସ୍ତ୍ରୀ ପୂର୍ଣ୍ଣବାସୀ ସେଠ (୩୫) ସକାଳୁ ଏକ ବାଇକ୍‌ରେ ପାଟଣାଗଡରୁ ଗାଁକୁ ଫେରୁଥିବା ବେଳେ କୁତମୁଣ୍ଡା କାହ୍ନା ନର୍ସରୀ ରାସ୍ତାରେ ଏକ ବୋଲେରୋ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଏଥିରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଗୁରୁତର ହୋଇଥିଲେ। ଲୋକେ ଉଦ୍ଧାର କରି ତାଙ୍କୁ ପାଟଣାଗଡ ଉପଖଣ୍ଡ ଚିକିସତ୍ାଳୟରେ ଭତ୍ତି କରିଥିଲେ। ସେଠାରେ ଡାକ୍ତର ସାଧୁଙ୍କୁ ମୃତ ଘୋଷଣା କରିଥିବା ବେଳେ ପୂର୍ଣ୍ଣବାସୀ ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି।