ବୋଲେରୋ ଧକ୍କାରେ ଜଳିଗଲା ବାଇକ୍‌: ସ୍ବାମୀ, ସ୍ତ୍ରୀ ଓ ପୁଅ ମୃତ

ବଲାଙ୍ଗୀର ଅଫିସ/ଗୁଡଭେଲା, ୪ା୧୨(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା-ଦେଉଳଗୁଡି ମୁଖ୍ୟରାସ୍ତାର ଜମ୍ଭେଲ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସାଢ଼େ ୨ଟାରେ ଏକ ବୋଲେରୋ ଗାଡ଼ି ସାମ୍ନାପଟରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଛି। ବାଇକ୍‌ ସମ୍ପୂର୍ଣ୍ଣ ଜଳିଯିବା ସହ ଏହି ମର୍ମନ୍ତୁତ ଦୁର୍ଘଟଣାରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ-ପୁଅ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ମାସର ଶିଶୁପୁତ୍ର ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଛନ୍ତି। ସ୍ଥାନୀୟ ତହସିଲଦାର, ସଦର ଏସଡିପିଓ, ଉପଜିଲାପାଳ ରାସ୍ତାରୋକୋ ସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି। ମୃତ ୩ ଜଣ ଓ ଗୁରୁତର ଶିଶୁପୁତ୍ର କଳାହାଣ୍ଡି ଜିଲା ରିଷିଡା ଗ୍ରାମର ବୋଲି ଜଣାପଡିଛି। ମୃତକମାନେ ହେଲେ ତରଣୀସେନ ବିଶି (୩୫), ସ୍ତ୍ରୀ ମୁକ୍ତା ବିଶି (୨୮) ଓ ପୁତ୍ର ଶମ୍ଭୁ (୩) । ତୁଷରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ-୧୯ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ବୋଲେରୋ (ନଂ. ଓଡି୧୭ସି ୬୭୬୭) ଗାଡି ମାନପୁର ଅଞ୍ଚଳରୁ କୋଭିଡ ପରୀକ୍ଷା ସାରି ଫେରୁଥିବାବେଳେ ତୁଷରା ପଟରୁ ରିଷିଡା ଫେରୁଥିବା ତରଣୀସେନ୍‌ଙ୍କ ବାଇକ୍‌କୁ ମୁହଁାମୁହିଁ ଧକ୍କା ଦେଇଥିଲା । ଧକ୍କ୍‌ା ଏତେ ଶକ୍ତିଶାଳୀ ଥିଲା ଯେ ବାଇକ୍‌ରେ ନିଅଁା ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଧକ୍କା ପରେ ରାସ୍ତା ଉପରେ ଛିଟିକି ପଡିଥିବା ତରଣୀସେନ୍‌ ଓ ତାଙ୍କ ପୁଅ ଶମ୍ଭୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯିବା ସହ ଗୁରୁତର ଆହତ ମୁକ୍ତା ଓ ୮ ମାସର ଶିଶୁପୁତ୍ର ଓମ୍‌ଙ୍କୁ ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ତୁଷରା ମେଡିକାଲ ହସ୍ପିଟାଲକୁ ଆଣିଥିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେଠାରୁ ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ବାଟରେ ମୁକ୍ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଗାଡିର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଥିଲେ। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ଲୋକ, ସମ୍ପର୍କୀୟ ଏବଂ ତୁଷରା ୟୁଥ ଆକ୍ସନ କମିଟି ପକ୍ଷରୁ ଶ୍ରୀକାନ୍ତ ବାଗ, କାହ୍ନା ପ୍ରଧାନ, ଅଜୟ ଜୟଶ୍ୱାଳ, ବିଶ୍ୱଜିତ ପାତ୍ର, ଦୀପକ ସାହୁ, ଗାମା ମାଝିଙ୍କ ସହ ବହୁ ଲୋକ ତୁଷୁରା ଚିକିତ୍ସାଳୟଠାରେ ଅପରାହ୍ନ ୫ଟାରୁ ରାସ୍ତାରୋକୋ କରିଥିଲେ। ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ, ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକ ରାସ୍ତାରୋକୋ ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri