ବର୍ବରତାର ସମସ୍ତ ସୀମା ପାର କଲା ବୋକୋ ହରମ

ଅବୁଜା,୨୯ ।୧୧: ନାଇଜେରିଆରେ ବୋକୋ ହରମ ଧାନ କ୍ଷେତରେ କାମ କରୁଥିବା ପାଖାପାଖି ୪୩ ଜଣ ମଜୁରିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହାସହ ୬ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଶନିବାର ଉତ୍ତରପୂର୍ବ ନାଇଜେରିଆର ମୋଗାଦିସରେ ଏହା ହୋଇଥିବା ସୂଚନା ମିଳିଛି । ଜିହାଦି ବିରୋଧି ମିଲିଶିୟା ଏହାର ସୂଚନା ଦେଇଛି । ସେ କହିଛି ପ୍ରଥମେ ଏହି ମଜୁରିଆଙ୍କୁ ରଶିରେ ବାନ୍ଧିଦେବା ସହ ପରେ ଏମାନଙ୍କ ଗଳା କାଟି ଦିଆଯାଇଥିଲା । ମିଲିଶିୟା ଏମାନଙ୍କୁ ସାହାଯ୍ୟ କରିବାକୁ ଯିବା ସମୟରେ ୪୩ ଜଣଙ୍କ ମୃତଦେହ ପାଇଥିବା କହିଛି । ଏହାସହ ୬ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା । ତେଣୁ ଏହା ବୋକୋ ହରମର କାମ ବୋଲି ନିଃସନ୍ଦେହରେ କହିଛି ମିଲିଶିୟା । କାରଣ ସେହି ଅଞ୍ଚଳରେ ବୋକୋ ହରମ ସକ୍ରିୟ ଥିବା ବେଳେ ଲାଗାତାର ଭାବେ ମଜୁରିଆଙ୍କ ଉପରେ ଆକ୍ରମଣ କରି ଚାଲିଛି । ନାଇଜେରିଆ ରାଷ୍ଟ୍ର୍ରପତି ଏହାର ନିନ୍ଦା କରିବା ସହ ସାରା ଦେଶ ଏହାଦ୍ୱାରା ଆହତ ହୋଇଛି ବୋଳି କହିଛନ୍ତି ।

Share