ହାତବାନ୍ଧି ବସିଛନ୍ତି ବଇଣ୍ଡା ବ୍ୟବସାୟୀ

ବଇଣ୍ଡା,୧୮।୫(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରୁ ୩୦୦ ଉଠାଦୋକାନୀଙ୍କୁ ହଟାଇ ଦିଆଗଲା। ସରକାରୀ କାର୍ଯ୍ୟାଳୟ, ବିଶ୍ରାମାଗାରଠାରୁ ଆରମ୍ଭ କରି ବିଦ୍ୟାଳୟ ଯାଏ ଭାଙ୍ଗି ମାଟିରେ ମିଶାଇ ଦିଆଗଲା। ହେଲେ ଉଚ୍ଛେଦକୁ ଠିକ୍‌ ୪ ବର୍ଷ ପୂରଣ ହୋଇଥିଲେ ହେଁ ରାଜପଥ କାର୍ଯ୍ୟ ଆଗେଇପାରି ନାହିଁ। ଏପରି କି ଓଭରବ୍ରିଜ୍‌, ଡ୍ରେନ୍‌ ନିର୍ମାଣ କେବଳ ଗାତଖୋଳାରେ ଅଟକି ରହିଛି। ବାରମ୍ବାର ଜିଲା ପ୍ରଶାସନଠାରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି। ଫଳରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଘରେ ବସିରହିଥିବା ବେଳେ ଅଞ୍ଚଳବାସୀ ଖୁବ୍‌ଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
୨୦୧୮ ମେ’ ୧୭ ଓ ୧୮ରେ ବଇଣ୍ଡାଠାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ବଇଣ୍ଡା ଛକରେ ଥିବା ଦୋକାନ, ଘର ଆଦିକୁ ଅତ୍ୟନ୍ତ ତରବରିଆ ଭାବେ ହଟାଇ ଦିଆଗଲା। ହେଲେ ଉଚ୍ଛେଦ ପାଇଁ ପ୍ରଶାସନ ଯେପରି ତତ୍ପରତା ଦେଖାଇଲା, ରାଜପଥ ନିର୍ମାଣ ସାରିବାକୁ ଠିକାସଂସ୍ଥାକୁ ସେପରି ତାଗିଦା କରିପାରୁ ନାହିଁ। ସେହିପରି ଡିସେମ୍ବର ୨୦୨୦ରେ ବଇଣ୍ଡାଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଠିକା ସଂସ୍ଥା ପକ୍ଷରୁ ୩ଟି ବଡ଼ ଗର୍ତ୍ତ ଖୋଳାଯାଇଥିଲା। ୧୭ ମାସ ପରେ ଉକ୍ତ କାର୍ଯ୍ୟ ସେହିଠାରେ ଅଟକି ରହିଛି। ଖୋଳାଯାଇଥିବା ଗର୍ତ୍ତରେ ପଡ଼ି କେତେବେଳେ ବାଇକ୍‌ ଆରୋହୀ ତ ଆଉ କେବେ ଗୋରୁମାନେ କ୍ଷତାକ୍ତ ହେଉଛନ୍ତି। ଜାତୀୟ ରାଜପଥର ଦୁଇ ପାର୍ଶ୍ୱ ସର୍ଭିସ ରୋଡ୍‌ ନିର୍ମାଣ କରାଯାଉଥିବାବେଳେ ମାତ୍ର ୨୦ ପ୍ରତିଶତ କାମ କରି ଠିକାସଂସ୍ଥା କାର୍ଯ୍ୟ ବନ୍ଦ କରିଦେଇଥିବା ଯୋଗୁ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ହେଉଥିବା ଡ୍ରେନ୍‌ କାର୍ଯ୍ୟ ମାତ୍ର ୩୦ ପ୍ରତିଶତ ସରିଛି। ଫଳରେ ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହେଇ ନ ପାରି ଘର ଭିତରେ ପ୍ରବେଶ କରୁଛି। ଚନ୍ଦନ ପୋଖରୀରେ ବ୍ରିଜ ନିର୍ମାଣ କରାଯାଉ ନ ଥିବା ବେଳେ ନୁନୁକାପଶି ଅଞ୍ଚଳରୁ ଆସୁଥିବା ପାହାଡ଼ପାଣି ସହ ବର୍ଷା ଜଳ ଗଚ୍ଛିତ ହୋଇ ମାହେଶ୍ୱରୀ ମନ୍ଦିର ପରିସରକୁ ବୁଡ଼ାଇ ରଖୁଛି। ଶୀଘ୍ର କାମ ଶେଷ ସହ ୩ ଶହ ଉଠାଦୋକାନୀଙ୍କୁ ଥଇଥାନ କରିବା ପାଇଁ ବଇଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ବଇଣ୍ଡା-ଆଠମଲିକ ରୋଡ୍‌ରୁ ଉଚ୍ଛେଦ ହୋଇଥିବା ବିଶ୍ରାମାଗାର ନିର୍ମାଣ କରାଯାଉ ନାହିଁ। ଫଳରେ ଯାତ୍ରୀମାନେ ଖରାରେ ଠିଆ ହୋଇ ଗାଡ଼ିକୁ ଅପେକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri