Categories: ଜାତୀୟ

ନୁଡଲ୍ସ ଫ୍ୟାକ୍ଟ୍ରିରେ ଫାଟିଲା ବଏଲର, ୬ ମୃତ-୧୨ରୁ ଅଧିକ ଆହତ…

ମୁଜାଫରପୁର, ୨୬।୧୨: ବିହାରର ମୁଜାଫରପୁରଠାରେ ଥିବା ନୁଡଲ୍ସ୍‌ ଫ୍ୟାକ୍ଟ୍ରିରେ ଥିବା ବଏଲରରେ ଫାଟିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ବଏଲର ପ୍ରଚଣ୍ଡ ବିସ୍ଫୋରଣ କରି ଫାଟି ଯାଇଥିଲା। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିର୍ତ୍ତିିରେ ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଗୁରୁତର ଅବସ୍ଥାରେ ଆହତମାନଙ୍କୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଏଲର ବିସ୍ଫୋରଣ ଯୋଗୁ ଏହା ନିକଟରେ କାମ କରୁଥିବା ୪ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ବେଲା ଥାନା ଅନ୍ତର୍ଗତ ବେଲା ଫେଜ୍‌-୨ଠାରେ ଏଭଳି ଅଘଟଣ ଘଟିଛି। ବିସ୍ଫୋରଣଯୋଗୁ ମୃତକଙ୍କ ମୃତଦେହ କ୍ଷତବିକ୍ଷତ ହୋଇ ଯାଇଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର ହେଉଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହା ନିକଟରେ ଥିବା ଅନ୍ୟ କେତେକ ଫ୍ୟାକ୍ଟ୍ରି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବଏଲର କିଭଳି ଫାଟିଲା ଏହାର ତଦନ୍ତ ଜାରି ରହିଛି।

Share