ମଟନ ଦର ସହ ସମାନ ଫୁଟୁକୁଲି ଛତୁ, ଶ୍ରାବଣ କଢ଼

ଖଜୁରିପଡ଼ା,୨୩।୮(ବିଦୁର ବେହେରା): ବର୍ଷକୁ ବାର ମାସରେ ପ୍ରକୃତିଠାରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପାଉ। ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଛତୁ ବଣ ଜଙ୍ଗଲରୁ ମିଳେ। ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ। ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତ ପ୍ରାୟ। ଛତୁ ମଧ୍ୟରେ, ପୁଟୁ କୁଲି ଛତୁ,ବାଲି ଛତୁ, ଶ୍ରାବଣ କଢ଼ ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁ, ଖୁଦ ଛତୁ ବେଶ ଆଦର ରହିଛି। ବର୍ଷା ହେଲେ ଗ୍ରାମର ଲୋକମାନେ ସକାଳୁ ପଡ଼ିଆ, ବଣ, ଜଙ୍ଗଲ ଓ ବିଲ ମାଳ ଅଞ୍ଚଳରେ ଛତୁ ସଂଗ୍ରହ କରନ୍ତି। ତାପରେ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି। ଜଳ ବାୟୁ ପରିବର୍ତ୍ତନ ସହିତ ରାସାୟନିକ ସାର ବ୍ୟବହାର ଯୋଗୁ ଅଧିକାଂଶ ଛତୁ ଏବେ ଦେଖିବାକୁ ମିଳୁନାହିଁ। ତେଣୁ ଛତୁ ଚଢା ଦରରେ ବିକ୍ରି ହୁଏ। ମଟନ ଦର ସହ ସମାନ କନ୍ଧମାଳର ଫୁଟୁକୁଲି ଛତୁ ଏବଂ ଶ୍ରାବଣ କଢ଼ ଛତୁ। ବଜାରରେ ଏକ କିଲୋ ମାଟିଛତୁର ଦର ୬୦୦ରୁ ୬୫୦ ଟଙ୍କା ରହିଥିବା ବେଳେ ଶ୍ରାବଣ କଢ଼ ଛତୁ ୧୦୦୦ ରୁ ୧୨୦୦ ଟଙ୍କା ରହିଛି। ଖଜୁରିପଡ଼ା ବ୍ଲକର ସୁଡ୍ରୁକୁମ୍ପା, ସୁଡ୍ରେଜୁ, ବିଲାବାଡ଼ି, କାକେନ୍ଦ୍ରି, ଅଞ୍ଚଳରୁ ଏବଂ ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ବାଲନ୍ଦପଡ଼ା ଓ ଗୋଛପଡ଼ା,ଲୁଇସିଂ, ଫୁଲବାଣୀ ବ୍ଲକ୍‌ର କଳା ବାଘ ଜାମୁଝରି ଆଦି ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ କିସମର ଛତୁ ମିଳିଥାଏ। ସେଥି ମଧ୍ୟରୁ ଶ୍ରାବଣ କଢ଼, ବାଲି ଛତୁ ଓ ବାଟିଛତୁ ବା ଫୁଟୁକୁଲି ଛତୁ ଭଳି ଅନେକ ଦେଶୀଛତୁ ଦେଖିବାକୁ ମିଳେ। ଏହିସବୁ ପ୍ରାକୃତିକ ପରିବେଶରେ ହିଁ ଫୁଟିଥାଏ। ତେବେ କନ୍ଧମାଳରେ ଏବେ ପାଗ ଅନୁକୂଳ ରହିଥିବାରୁ ଗତ କିଛି ଦିନ ହେବ ବଜାରକୁ ଆସୁଛି ବାଟି ଛତୁ ଏବଂ ଶ୍ରାବଣ କଢ଼ ଛତୁ। ମାଟି ଛତୁର ଅନ୍ୟନାମ ଫୁଟୁକୁଲି ଛତୁ। ମାଟି ସାଲୁବାଲୁ ହୋଇଥିବା ଏହି ଗୋଲ୍‌ ଗୋଲ୍‌ ଛତୁକୁ ପଶ୍ଚିମ ଓଡିଶାରେ ରୁଗୁଡ଼ି ଛତୁ କୁହାଯାଉଥିବା ବେଳେ ମଧ୍ୟଓଡ଼ିଶାରେ ଏହାକୁ ରୁଟକା ଛତୁ କୁହାଯାଏ। ଶ୍ରାବଣରେ ମିଳୁଥିବା ଏହି ସ୍ବାଦିଷ୍ଟ ଛତୁର ବହୁ ଆଦର ରହିଛି। ଗାଁ ଗାଁ ବୁଲି ୩ ରୁ ୪ କିଲୋ ଛତୁ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି ବୋଲି ବ୍ୟବସାୟୀ ରଞ୍ଜିତ ଖଟୁଆରୀ ଏବଂ ରଞ୍ଜନ ଦିଗାଲ କହିଛନ୍ତି। ପୁଟୁ କୁଲି ଛତୁ ଶାଳଗଛ ମୂଳର ଚାରିକଡ଼ରୁ ହିଁ ମିଳିଥାଏ। ସେହିପରି ବର୍ଷା ହେଲେ ଶ୍ରାବଣ କଢ଼ ଛତୁ ଫୁଟେ। କେବଳ ଆଷାଢ଼ ଓ ଶ୍ରାବଣ ଭାଦ୍ରବ ମାସରେ ଛତୁ ମିଳୁଥିବାରୁ ଚଢା ଦରରେ ବିକ୍ରି ହେଲେ ସୁଧା ଗ୍ରାହକମାନେ ଏହାକୁ କିଣି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri