ଆମେରିକାରେ ବୋଇଙ୍ଗ ଜେଟ୍‌ରେ ଲାଗିଲା ନିଆଁ, ସ୍ଲାଇଡ୍ ଦେଇ ବାହାରିଲେ ଆତଙ୍କିତ ଯାତ୍ରୀ

ନୂଆଦିଲ୍ଲୀ,୨୭।୭: ଶନିବାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟ୍‌ରେ ଲ୍ୟାଣ୍ଡିଂ ଗିଅର ସମସ୍ୟା ଯୋଗୁଁ ଟେକ୍‌ଅଫ୍ ବାତିଲ ହେବା ପରେ ନିଆଁ ଲାଗି ଧୂଆଁ ବାହାରିଥିଲା। ଏହି ଘଟଣାରେ ୧୭୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ରନୱେରେ ଇନଫ୍ଲାଟେବଲ ଇମରଜେନ୍ସି ସ୍ଲାଇଡ୍ ଜରିଆରେ ନିରାପଦେ ବାହାର କରାଯାଇଥିଲା। ଏହି ବିମାନ ଫ୍ଲାଇଟ ଭାବେ ମିଆମି ଅଭିମୁଖେ ଯାଉଥିଲା।

ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଅନୁଯାୟୀ, ବିମାନଟି ଟେକ୍‌ଅଫ୍ ସମୟରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେବା କାରଣରୁ ଉଡ଼ାଣ ବାତିଲ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ଅନୁଯାୟୀ ଲାଇଭ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଡିଓରେ ନିୟନ୍ତ୍ରଣ କକ୍ଷରୁ ପାଇଲଟଙ୍କୁ ଚେତାବନୀ ଦିଆଯାଇଥିବା ଶୁଣାଯାଇଛି: “ଫ୍ଲାଇଟ ୨୦୨୩, ଆପଣଙ୍କ ବିମାନରୁ ପ୍ରଚୁର ଧୂଆଁ ବାହାରୁଛି। କିଛି ନିଆଁ ଦେଖାଯାଉଛି। ତେବେ କିଛି ଧୂଆଁ କମୁଛି।” କିଛି ମୁହୂର୍ତ୍ତ ପରେ ନିୟନ୍ତ୍ରଣ କକ୍ଷ ନିଶ୍ଚିତ କରିଥିଲା, “ଆପଣଙ୍କ ବିମାନରେ ନିଆଁ ଲାଗିଛି।”


ଘଟଣାସ୍ଥଳରୁ ପ୍ରାପ୍ତ ଭିଡିଓ ଫୁଟେଜରେ ଦେଖାଯାଇଛି ଯେ ବିମାନର ବାମ ପଛପଟୁ ଘନ ଧୂଆଁ ବାହାରୁଛି ଏବଂ ଯାତ୍ରୀମାନେ ଇମରଜେନ୍ସି ସ୍ଲାଇଡ୍ ଦେଇ ଦ୍ରୁତ ବାହାରୁଛନ୍ତି। ଡେନଭର ଫାୟାର ଡିପାର୍ଟମେଣ୍ଟ ସନ୍ଧ୍ୟା ୫:୧୦ରେ ସୋସିଆଲ ମିଡିଆରେ ଜଣାଇଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଇଛି।

ଆମେରିକାନ ଏୟାରଲାଇନ୍ସ ଏକ ବିବୃତିରେ କହିଛି, “ଟେକ୍‌ଅଫ୍ ସମୟରେ ବିମାନର ଏକ ଟାୟାରରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ସମସ୍ତ ଯାତ୍ରୀ ଓ କ୍ରୁ ସୁରକ୍ଷିତ ଭାବେ ବାହାରିଛନ୍ତି, ଏବଂ ବିମାନକୁ ପରୀକ୍ଷା ପାଇଁ ଆମର ମେଣ୍ଟେନାନ୍ସ ଦଳକୁ ହସ୍ତାନ୍ତର କରାଯାଇଛି।” ଏୟାରଲାଇନ୍ସ ଆହୁରି କହିଛି ଯେ ଯାତ୍ରୀମାନେ ଏକ ବିକଳ୍ପ ବିମାନରେ ମିଆମି ଯାତ୍ରା ଜାରି ରଖିବେ।

ଘଟଣାସ୍ଥଳରେ ଏମରଜେନ୍ସି ମେଡିକାଲ ଟିମ୍ ୫ ଜଣଙ୍କୁ ପରୀକ୍ଷା କରିଥିଲେ, ଏବଂ ଜଣେ ଯାତ୍ରୀଙ୍କୁ ଗେଟ୍‌ରେ ପରୀକ୍ଷା ପରେ ମାମୁଲି ଆଘାତ ସହ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା। ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ଯାତ୍ରୀମାନଙ୍କୁ ରନୱେରୁ ବସ୍ ଯୋଗେ ଟର୍ମିନାଲକୁ ନିଆଯାଇଥିଲା।ଆମେରିକାନ ଏୟାରଲାଇନ୍ସ ଏହି ବୋଇଙ୍ଗ ବିମାନର ପରୀକ୍ଷା ଚାଲୁ ରହିଛି ବୋଲି ନିଶ୍ଚିତ କରିଛି। ଏଫଏଏ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ଓ୍ବାଶିଂଟନ,୩୧ା୧: ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ,…

ଅଧିକ ଏପ୍‌ଷ୍ଟେଇନ୍‌ ଫାଇଲ୍‌ ପ୍ରକାଶ କଲା ଆମେରିକା ନ୍ୟାୟ ବିଭାଗ

ଓ୍ବାଶିଂଟନ୍‌,୩୧ା୧: ଯୌନ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟେଇନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି।…

ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା

ମୁମ୍ବାଇ ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ…

ଭେନେଜୁଏଲା ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ, ଜାରିହେଲା ଜରୁରୀ ସ୍ଥିତି

ନ୍ୟୁୟର୍କ,୩୧ା୧:ଭେନେଜୁଏଲା ପରେ ଏବେ ଅନ୍ୟତମ କାରିବିଆନ ରାଷ୍ଟ୍ର କ୍ୟୁବା ଉପରେ ଟ୍ରମ୍ପଙ୍କ ଦୃଷ୍ଟି ପଡ଼ିଛି। କ୍ୟୁବାକୁ ଏକଘରିକିଆ କରିବାକୁ ଟ୍ରମ୍ପ ଏହି ଦେଶ ଉପରେ ଜରୁରିକାଳୀନ ସ୍ଥିତି…

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ରାତି ୧୦ଟାରେ ମହାଦୀପ ଦର୍ଶନ

ପୁରୁଣା ଭୁବନେଶ୍ୱର,୩୦ା୧(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ଫେବୃଆରୀ ୧୫ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri