Odisha Elections 2024

ମେଡିକାଲରେ ଦୀର୍ଘ ସମୟ ପଡିରହିବା ପରେ ଉଠିଲା ମୃତଦେହ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କରଞ୍ଜିଆ ବ୍ଲକ ରସମନ୍ତଳା ଗ୍ରାମର କିଡ଼ନୀ ରୋଗୀ ସୁନି ସେଠୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ଦୀର୍ଘ ସମୟ ଧରି ମୃତଦେହ ଡାକ୍ତରଖାନାରେ ପଡି ରହିଥିଲା। ମୃତଦେହ ସତ୍କାର ପାଇଁ କେହି ଆସି ନ ଥିଲେ। ଏଭଳିସ୍ଥିତିରେ ହସ୍ପିଟାଲ ପୋଲିସ ଭରସା ପରିବାରର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଖବର ପାଇ ଭରସା ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ମୃତଦେହ ଉଦ୍ଧାର କରି ସତ୍କାର ପାଇଁ କେନ୍ଦୁଝର ସ୍ଥିତ ଆଦର୍ଶ ମଶାଣିକୁ ନେଇଥିଲେ। ପରେ ରୀତିନୀତି ଅନୁସାରେ ଅନ୍ତିମ ସତ୍କାର କରାଯାଇଥିଲା। ଏଥିରେ ଉପଦେଷ୍ଟା ବିପ୍ଳବ ବ୍ରହ୍ମ, ବିଦ୍ୟାଧର ମହାନ୍ତଙ୍କ ସମେତ ଭରସା ପରିବାର ସଦସ୍ୟ ଉପସ୍ଥିତ ଥିଲେ।

୫ନମ୍ବର ୱାର୍ଡର କାଉନସିଲର ପିଙ୍କୁ ଦ୍ବିବେଦୀ ସତ୍କାର ପାଇଁ ଆବଶ୍ୟକୀୟ କାଠ ଯୋଗାଇଥିଲେ। ସତ୍କାର କାର୍ଯ୍ୟରେ ଶ୍ମଶାନ ରକ୍ଷକ ଶୁକଦେବ ନାଏକଙ୍କ ସମେତ ବୁଲେଟ ମହାନ୍ତ, ଭୀଷ୍ମ ପାତ୍ର, ଗୌରୀଶଙ୍କର ମହାନ୍ତ ଓ ଚନ୍ଦନ ପାତ୍ର, ମିଲନ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

ଅନ୍ୟପକ୍ଷେ ମୃତ ମହିଳାଙ୍କ ସ୍ବାମୀ ପ୍ରାଣବନ୍ଧୁ ସେଠୀ ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ୧୧ବର୍ଷର ନାବାଳିକା ଝିଅ ମଧ୍ୟ ମାନସିକ ରୋଗରେ ପୀଡିତ ଥିବାରୁ ପରିବାର ପ୍ରତିପୋଷଣ ଦାୟିତ୍ୱ ସୁନିଙ୍କ ହାତରେ ଥିଲା। ଅସହାୟ ହୋଇ ପଡ଼ିଥିବା ବାପା ଝିଅଙ୍କୁ ପ୍ରଶାସନ ସହଯୋଗର ହାତ ବଢ଼ାଇଲେ ଦୁଇଟି ଜୀବନ ବଞ୍ଚିଯିବ ବୋଲି ସଭାପତି ଲମ୍ବୋଦର ମହାନ୍ତ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri