ଧାନ ମଣ୍ଡିରୁ ମିଳିଲା ଯୁବକଙ୍କ ମୃତଦେହ

ଜୁନାଗଡ଼,୪।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚାରବାହାଲ ମଣ୍ଡିରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ପୋଲିସ ଜବତ କରିଛି। ସେ ହେଲେ ମାଲପଡାର ସୁବ୍ରତ ତାଣ୍ଡି(୩୦)। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଖବର ପାଇ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।