୪୫ଟି ବ୍ୟାଗ୍‌ରେ ମିଳିଛି କଟା ମଣିଷଙ୍କ ଅଙ୍ଗ

ମେକ୍ସିକୋ,୨।୬: ମଣିଷକୁ ଖଣ୍ଡ ଖଣ୍ଡ କରି ୪୫ଟି ବ୍ୟାଗ୍‌ରେ କରାଯାଇଛି ଭର୍ତ୍ତି। ଏପରି କଟା ମଣିଷ ଭର୍ତ୍ତି ବ୍ୟାଗ୍‌ ଡ୍ରେନ୍‌ରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ତାଜୁବ୍‌ କରିଛି। ଏପରି ଘଟଣା ଘଟିଛି ପଶ୍ଚିମ ମେକ୍ସିକୋର ଜାଲିସ୍କୋରେ। ତେବେ ଗତ ସପ୍ତାହରେ ୭ଜଣ ନିଖୋଳଜ ଯୁବକଙ୍କୁ ଖୋଜିବାବେଳେ ଏକ ଡ୍ରେନ୍‌ରୁ ଏହି ବ୍ୟାଗ୍‌ଗୁଡ଼ିକ ମିଳିଥିଲା। ଏନେଇ ମେକ୍ସିକୋର ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି, ମିଳିଥିବା ୪୫ଟି କଟା ମଣିଷ ଭର୍ତ୍ତି ବ୍ୟାଗ୍‌ରେ ଉଭୟ ପୁରୁଷ ଏବଂ ମହିଳାଙ୍କର ଅଙ୍ଗ ରହିଛି।

ସୂଚନାଯୋଗ୍ୟ, ମୁନିସପାଲଟିର କର୍ମଚାରୀମାନେ ୭ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଥିଲେ। ଖୋଜାଖୋଜି ସମୟରେ ସେମାନେ ଏହି ବ୍ୟାଗଗୁଡ଼ିକୁ ପାଇଥିଲେ। ମେ ୨୦ରୁ ସେହି ୭ଜଣଙ୍କୁ ଖୋଜା ଚାଲିଥିଲା। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ୩୦ବର୍ଷ ବୟସର ୨ମହିଳା ଏବଂ ୫ଜଣ ପୁରୁଷ ସାମିଲ୍‌ ଥିଲେ।

ତେବେ ଏଠାରେ ଆଶ୍ଚର୍ଯ୍ୟ କରିବା ଭଳି ଏକ ତଥ୍ୟ ମିଳିଛି। ସମସ୍ତ ନିଖୋଜ ବ୍ୟକ୍ତିଙ୍କ ଅଲଗା ଦିନରେ ଏବଂ ପୃଥକ ଭାବରେ ରିପୋର୍ଟ ଦାଖଲ କରାଯାଇଥିଲା। କିନ୍ତୁ ଯାଞ୍ଚକର୍ତ୍ତାମାନେ ଜାଣିବାକୁ ପାଇଛନ୍ତି ନିଖୋଜ ୭ଜଣ ବ୍ୟକ୍ତି ଗୋଟିଏ କଲ୍‌ ସେଣ୍ଟରରେ କାମ କରୁଥିଲେ। ତେବେ କଲ୍‌ ସେଣ୍ଟର ସେହି ଅଞ୍ଚଳରେ ଅଛି ଯେଉଁଠାରେ ସେମାନଙ୍କ କଟା ଅଙ୍ଗ ମିଳିଛି। ଫରେନସିକ ବିଶେଷଜ୍ଞମାନେ ଉଦ୍ଧାର କରାଯାଇଥିବା ବ୍ୟାଗ୍‌ରୁ ପୀଡିତଙ୍କ ସଂଖ୍ୟା ଏବଂ ସେମାନଙ୍କର ପରିଚୟ ଏପର୍ଯ୍ୟନ୍ତ ଜାଣିପାରି ନାହନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, କଲ୍‌ ସେଣ୍ଟର ବେଆଇନ କାର୍ଯ୍ୟକଳାପରେ ଜଡିତ ଥାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରୁ ଯାଞ୍ଚ ଅଧିକାରୀମାନେ ଗଞ୍ଜେଇ, ଏକ କପଡା, ରକ୍ତ ଦାଗ ତଥା ସମ୍ଭାବ୍ୟ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଦସ୍ତାବିଜ ପାଇଛନ୍ତି। କିନ୍ତୁ ନିଖୋଜଙ୍କ ସମ୍ପର୍କୀୟମାନେ ପୀଡ଼ିତାଙ୍କୁ ଅପରାଧୀ କରିବାକୁ ଚେଷ୍ଟା କରାଯାଉଥିବା ନେଇ ଯାଞ୍ଚ ଅଧିକାରୀମାନଙ୍କ ଉପରେ ଅଭିଯୋଗ ଆଣିିଛନ୍ତି।

ଏଠାରେ କହରଖୁଛୁ କି, ପୂର୍ବରୁ ଜାଲିସ୍କୋର ବିଭିନ୍ନ ଅଞ୍ଚଳରେ କଟା ମଣିଷ ବ୍ୟାଗ ଦେଖିବାକୁ ମିଳିଥିଲା ୨୦୨୧ରେ ଟୋନାଲା ମୁୁନିସିପାଲିଟିରେ ୧୧ଜଣ ମଣିଷଙ୍କ କଟା ଅଙ୍ଗ ପ୍ରାୟ ୭୦ଟି ବ୍ୟାଗ୍‌ରେ ମିଳିଥିଲା। ୨୦୧୯ରେ ଜାପୋପନ ଅଞ୍ଚଳରେ ୧୧୯ଟି ବ୍ୟାଗରେ ୨୯ଜଣ ବ୍ୟକ୍ତିଙ୍କ କଟାଅଙ୍ଗ ମିଳିଥିଲା। ସେହିପରି ମାର୍ଚ୍ଚ ୨୦୧୮ରେ ୩ଜଣ ନିଖୋଜ ଛାତ୍ରଙ୍କୁ ମାରି ସେମାନଙ୍କ ଅଙ୍ଗକୁ ଏସିଡ୍‌ରେ ଭିଜାଯାଇଥିବାର ଘଟଣା ଦେଖିବାକୁ ମିଳିଥିଲା।

ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ(ଜେଏନ୍‌ଜେସି) ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ଅପରାଧାକୁ ଗୋଷ୍ଠୀ ଭାବେ କାର୍ଯ୍ୟ କରେ। ଏହି ସଂଗଠନ ରାଜ୍ୟରେ ଡ୍ରଗ ସିଣ୍ଡିକେଟ ଚଲାଇବାରେ ଜଡିତ ଅଛି। ଡିସେମ୍ବର ୨୦୦୬ରେ ବିବାଦୀୟ ସୈନ୍ୟ ବିରୋଧୀ ନିଶା ଔଷଧ ଘଟଣାରେ ମେକ୍ସିକୋରେ ୩୪୦,୦୦୦ରୁ ଅଧିକ ହତ୍ୟା ଏବଂ ପ୍ରାୟ ୧୦୦,୦୦୦ଜଣ ନିଖୋଜ ଥିବା ମାମଲା ଦାଖଲ କରାଯାଇଥିଲା। ଏହା ପଛରେ ଜେଏନ୍‌ଜେସର ହାତ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri