ନଦୀରୁ ମିଳିଲା ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୧୦।୧୦: ରାଉରକେଲା ଛେଣ୍ଡ୍‌ ଥାନା ଅଧୀନ ପ୍ରଧାନପାଲି ନିକଟ କୋଏଲ ନଦୀରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହକୁ ଆରଜିଏଚ୍‌ ମର୍ଗରେ ରଖି ଘଟଣାର ତଦନ୍ତ କରୁଛି।

ସୋମବାର କୋଏଲ ନଦୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ହେଲେ ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୪/୨୨) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।