ପାଣିରେ ଭାସୁଛି ମହିଳାଙ୍କ ମୃତଦେହ: ହତ୍ୟା ସନ୍ଦେହ

ଖଇରା,୨୭ା୧୦(ଡି.ଏନ୍‌.ଏ.): ବାଲେଶ୍ୱର  ଜିଲା ଖଇରା ତହସିଲ ଅଧୀନ ବରପଦା ପାଇକସାହି ନିକଟସ୍ଥ ଏକ ପରିତ୍ୟକ୍ତ ମାଙ୍କଡ଼ା ଖଣି ପାଣିରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା କେହି ତାଙ୍କୁ ମାରି ଉକ୍ତ ପାଣିକୁ ବୁଧବାର ରାତିରେ ଫିଙ୍ଗି ଦେଇଥିବାର ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୁରୁବାର ସକାଳେ  ସେହି ରାସ୍ତା ଦେଇ ଯାଉଥିବା ଗ୍ରାମବାସୀ ଦେଖିବା ପରେ ଖଇରା ପୋଲିସକୁ ଖବର ଦେଇଛନ୍ତି। ତଦନ୍ତ ପରେ ସବିଶେଷ ଘଟଣା ଜଣାପଡ଼ିବ ବୋଲି ଖଇରା ପୋଲିସ କହିଛି। ମାଙ୍କଡ଼ା ଚୋରି ପରେ ଛାଡ଼ି ଦିଆଯାଇଥିବା ଖଣିଗୁଡ଼ିକରେ ପଡ଼ି ବହୁ ଜୀବନହାନି ହେଉଥିବାରୁ ଏଗୁଡ଼ିକ ପୋତିବାକୁ ଦାବି ହୋଇଛି।