ଶିବ ମନ୍ଦିର ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମ ଶ୍ରୀ ନାଗେଶ୍ୱର ଶିବ ମନ୍ଦିର ନିକଟରୁ ସୋମବାର ସନ୍ଧ୍ୟାରେ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଥିବା ଜଣାପଡିଛି । ସନ୍ଧ୍ୟା ପ୍ରାୟ ୫ ଟାରେ ଗ୍ରାମର କିଛି ବ୍ୟକ୍ତି ମନ୍ଦିର ରାସ୍ତାରେ ଯାଉଥିବାବେଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ମନ୍ଦିର ପାଖ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଟିମ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ମୃତକଙ୍କ ପରିଚୟ ପୋଲିସକୁ ମିଳିପାରିନଥିବା ବେଳେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ସେଠାରେ ଫୋପାଡି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ଏନେଇ ଥାନା ଅପମୃତ୍ୟୁ ମାମଲା ନଂ. ୨୪/୨୬ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି ।

 

Odisha’s No.1 Odia Daily

Share