ପୋଲ ତଳୁ ମିଳିଲା ନବଜାତ ଶିଶୁର ମୃତଦେହ

ଜେନାପୁର,୧୯।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ବାରକଣା ନିକଟସ୍ଥ କୁଣ୍ଡି ନାଲ ପୋଲତଳେ ମଙ୍ଗଳବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ପଡିଥିବା ଦେଖିବାକୁ ମିଳିଛି।

ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। କେହି ଜଣେ ନବଜାତ ଶିଶୁକନ୍ୟାକୁ ନାଲରେ ଫିଙ୍ଗି ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରୁ ଏକ ବ୍ୟାଗ ଏବଂ କିଛି ଗୋ୍ଲଭ୍ସ ଜବତ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ନବଜାଜ ଶିଶୁପୁତ୍ରଙ୍କୁ ହତ୍ୟା ପରେ ପାଣିରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲେକେ ସନ୍ଦେହ ପ୍ରକାଶ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣା ଅଧିକ ତଦନ୍ତ ଚଳାଇଛି।