Posted inଜାତୀୟ

୭୫ ଦିନ ପରେ ମିଳିଲା ପାଇଲଟ୍‌ଙ୍କ ମୃତଦେହ

ପଠାନକୋଟ୍‌,୧୭।୧୦: ଗତ ଅଗଷ୍ଟ ୩ ତାରିଖରେ ପଞ୍ଜାବର ପଠାନକୋଟ ଜିଲାର ରନ୍‌ଜୀତ ସାଗର ଡ୍ୟାମରେ ସେନାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେବେଠାରୁ ହେଲିକାପ୍ଟର ଦ୍ୱିତୀୟ ପାଇଲଟ୍‌ ନିଖୋଜ ଥିଲେ। ଦୀର୍ଘ ୭୫ ଦିନ ଧରି ସ୍ଥଳସେନା ଓ ନୌସେନା ପକ୍ଷରୁ ସର୍ଚ୍ଚ ଅପରେଶନ ପରେ ମିଳିଛି କ୍ୟାପଟେନ ଜୟନ୍ତ ଯୋଶୀଙ୍କ ମୃତଦେହ।

ଡ୍ୟାମର ବିରାଟ ଆକାର ଓ ଗଭୀରତା କାରଣରୁ ସେନା ଅଧିକାରୀଙ୍କୁ ସର୍ଚ୍ଚ ଅପରେଶନ ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମୃତଦେହକୁ ଖୋଜିବା ପାଇଁ ମଲ୍ଟି ବିମ ସୋନାର ଯନ୍ତ୍ର ମାଧ୍ୟମରେ ପୂରା ଡ୍ୟାମକୁ ସ୍କାନ କରାଯାଇଥିଲା। ସେଥିରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ରିମୋର୍ଟ ମାଧ୍ୟମରେ ପରିଚାଳିତ ହେଉଥିବା ଏକ ଗାଡ଼ି ଓ ପେଶାଦାର ଡାଇଭର୍ସମାନେ ଅଞ୍ଚଳରେ ଖୋଜିବା ଆରମ୍ଭ କରିଥିଲେ।

କ୍ୟାପଟେନ ଜୟନ୍ତଙ୍କ ମୃତଦେହକୁ ପାଣିର ୬୫ରୁ ୭୦ ମିଟର ଗଭୀରତାରେ ଠାବ କରାଯାଇଥିଲା। ମୃତଦେହକୁ ପଠାନକୋଟ ସ୍ଥିତ ସେନା ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏହି ଦୁର୍ଘଟଣାରେ ଲ୍ୟୁଟନାଣ୍ଟ କଲୋନେଲ ଏ ଏସ୍‌ ଭରତ ମଧ୍ୟ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃଣମୂଳ-ଭାଜପା ମଧ୍ୟରେ କଡ଼ା ମୁକାବିଲା: ନନ୍ଦିଗ୍ରାମରେ ଶୁଭେନ୍ଦୁ ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଜାରି...

ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଟିଏମ୍‌ସିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଂସଦୀୟ ଦଳ ଅଧ୍ୟକ୍ଷା ହେବାକୁ ଯାଉଛନ୍ତି। ଟିଏମ୍‌ସି ସୁପ୍ରିମୋଙ୍କ ସୋମବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ...

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ...

ଆଧୁନିକ ଯୁଗର ଶ୍ରବଣ କୁମାର: ସ୍କୁଟରରେ ବସାଇ ମା’ଙ୍କୁ ବୁଲାଇବେ ୧୭ ତୀର୍ଥସ୍ଥଳ

ତିନସୁକିଆ,୧।୭: ଆସାମ ତିନସୁକିଆର ୪୦ବର୍ଷୀୟ ବ୍ୟକ୍ତି ଡି କ୍ରିଷ୍ଣ କୁମାର ନିଜ ସ୍କୁଟର ସାହାଯ୍ୟରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରିବାକୁ ବାହାରି ପଡିଛନ୍ତି। ପାଖାପାଖି...

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ,୭।୧୦-କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ...

ପିଓକେରେ ୧୫ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଲେ ମସୁଦ ଅଜହରଙ୍କ ଭାଇ

ନୂଆଦିଲ୍ଲୀ,୩।୮: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହରଙ୍କ ଭାଇ ଇବ୍ରାହିମ୍‌ ଅଜହରଙ୍କ ଅନୁପସ୍ଥିତିକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।...

ତେଲେଙ୍ଗାନା ଗଠନ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨।୬: ତେଲେଙ୍ଗାନା ଗଠନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାଜ୍ୟବାସୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।...

ମନି ଲଣ୍ଡରିଂ ମାମଲା: ଟିଏମ୍‌ସି ମୁଖପାତ୍ର ଗିରଫ

ନୂଆଦିଲ୍ଲୀ,୨୫।୧: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଇଡି ଅଧିକାରୀ ଏହା ନିଶ୍ଚିତ...

Advertisement
Archives

Model This Week