ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ (୪୫) ବୋଲି ଜଣାପଡିଛି।

ଖବର ଅନୁସାରେ, ଘରଟି ବନ୍ଦ ଥିଲା। ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପୋଲିସ ପହଞ୍ଚି ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।  ସେ ବଲାଙ୍ଗୀର ଭୀମଭୋଇ କଲେଜ ଏବଂ ହସ୍ପିଟାଲରେ ଆଉଟସୋର୍ସିଂ କର୍ମଚାରୀ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନାହିଁ ।

ତେବେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।କହିରଖୁଛୁ କି, କାର୍ତ୍ତିକଙ୍କ ପରିବାର ଲୋକେ ବାହାରେ ରହୁଥିବା ବେଳେ ସେ ଘରେ ଏକା ରହୁଥିଲେ ।

 

Dharitri – Odisha’s No.1 Odia Daily

Share