ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍ ରାସ୍ତାରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଶିଶୁ ଜନ୍ମ ହେବା ପରେ କେହି ମୃତଶିଶୁକୁ ସେଠାରେ ଛାଡ଼ି ଚାଲିଯାଇଥିବା କିଛି ଲୋକ କହୁଥିବାବେଳେ ଆଉ କିଛି ଲୋକ ଅନ୍ୟ କିଛି ଚର୍ଚ୍ଚା କରୁଛନ୍ତି। ତେବେ ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ରାୟଗଡ଼ା ଟାଉନ ଥାନା ପୋଲିସ ପହଞ୍ଚି ମୃତ ଶିଶୁପୁତ୍ରକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି। କିଏ କାହିଁକି ଏଭଳି କରିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।

