Categories: ଜାତୀୟ

୧୧ ଦିନ ପରେ ଆରବ ସାଗରରୁ ମିଳିଲା ନିଖୋଜ ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ,୭।୧୨-ନଭେମ୍ବର ୨୬ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ନୌସେନାର ଏୟାରକ୍ରାଫ୍ଟ MiG-୨୯kର ପାଇଲଟ କମାଣ୍ଡାଣ୍ଟ ନିଶାନ୍ତ ସିଂହଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ୧୧ଦିନ ସର୍ଚ୍ଚ ଅପରେଶନ ପରେ ଗୋଆ ସମୁଦ୍ର ମୁହାଣରୁ ପ୍ରାୟ ୩୦ କିମି ଦୂର ଆରବ ସାଗରରୁ ତାଙ୍କ ମୃତଦେହ ମିଳିଛି। ମୃତଦେହ ପ୍ରାୟ ୭୦ ମିଟର ଗଭୀର ପାଣି ଭିତରେ ଥିଲା।
ସୂଚନାଯୋଗ୍ୟ, ନଭେମ୍ବର ୨୬ରେ ଆରବ ସାଗର ଉପରେ ଏହି ଏୟାରକ୍ରାଫ୍ଟ ଉଡାଣ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଥିଲେ।

Share