Categories: ଜାତୀୟ

ମୃତ ମେଡିକାଲ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୧।୩: ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡାରଙ୍କ ମୃତଦେହ ସୋମବାର ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ଅପରେଶନ ଗଙ୍ଗା ମାଧ୍ୟମରେ ସ୍ବତନ୍ତ୍ର ଏକ ବିମାନରେ ମୃତଦେହ ବଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚି ଥିଲା। କର୍ନାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବିମାନ ବନ୍ଦରରେ ପହଞ୍ଚି ନବୀନଙ୍କ ମୃତ ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏପରି କି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ପରେ ମୃତଦେହ କର୍ନାଟକର ହାବେରୀ ଜିଲା ଅଧୀନ ପୈତୃକ ଗ୍ରାମ ଚଲାଗେରେକୁ ନିଆଯାଇଥିଲା। ସେଠାରେ ଗ୍ରାମବାସୀ ନବୀନଙ୍କ ଶେଷ ଦର୍ଶନ କରିଥିଲେ।

ଅନ୍ୟପକ୍ଷେ ପରିବାର ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ, ନବୀନଙ୍କ ମୃତଦେହ ଏସ୍‌ଏସ ମେଡିକାଲ କଲେଜକୁ ଦାନ କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁ ପୋଲିସ ଫୋର୍ସ ମୃତୟନ କରାଯାଇଛି। କେଉଁ ପରିସ୍ଥିତିରେ ନବୀନଙ୍କ ମୃତ୍ୟୁ ଘଟିଥିଲା ଏନେଇ ତଦନ୍ତ ଚାଳିଛି।

Share