Categories: ଜାତୀୟ

ଆସନ୍ତା କାଲି ହେବ ସିଡିଏସ୍‌ଙ୍କ ଶେଷ କୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୯ ।୧୨: ତାମିଲନାଡୁର କନ୍ନୁରରେ ବୁଧବାର ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଗୁରୁବାର ଉଭୟଙ୍କ ପାର୍ଥିବ ଶରୀରକୁ ସେନା ବିମାନ ଯୋଗେ ଦିଲ୍ଲୀ ନିଆଯିବ । ମିିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିଲ୍ଲୀ ସ୍ଥିତ ତାଙ୍କ ଘରେ ସକାଳ ୧୧ରୁ ୨ଟା ମଧ୍ୟରେ ସିଡିଏସ୍‌ଙ୍କ ଶେଷ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଛି । ଦିନ ୨ଟା ପରେ ତାଙ୍କ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଯିବ । ସିଡିଏସ୍‌ଙ୍କ ଶେଷ ଯାତ୍ରା କାମରାଜ ମାର୍ଗରୁ ଆରମ୍ଭ ହୋଇ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବ୍ରାର ସ୍କୋୟାର ଶ୍ମଶାନ ଘାଟ ପର୍ଯ୍ୟନ୍ତ ନିଆଯିବ । ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ ।
ବିପିନ ରାୱତଙ୍କ ପରଲୋକରେ ତାଙ୍କ ଜନ୍ମସ୍ଥାନ ଉତ୍ତରାଖଣ୍ଡରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବିରୋଧୀ ଦଳ ନେତା ମଧ୍ୟ ରାୱତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

Share