ପୋଖରୀରୁ ମିଳିଲା ହାତୀ ଛୁଆର ମୃତଦେହ , ଘଟଣାସ୍ଥଳରେ ବନବିଭାଗ

ନିରାକାରପୁର ୨୦।୫(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ଜଙ୍କିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମ ପୋଖରୀରୁ ବୁଧବାର ସକାଳୁ ଏକ ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

ଘଟଣା ଅନୁସାରେ ବେଗୁନିଆ ବ୍ଲକର ହଜ ଓ ସିକୋ ପଂଚାୟତ ଅଞ୍ଚଳ କିଛି ମାସ ହେବ ହାତୀପଲ ବୁଲାବୁଲି କରୁଛନ୍ତି। ତେବେ ଆଜି ନିଧିପୁର ଗ୍ରାମ ପୋଖରୀରେ ଏକ ଛୁଆ ହାତୀ ମୃତଦେହ ଭାସୁଥବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛୁଆ ହାତୀ ମୃତଦେହକୁ ଜବତ କରି ତଦନ୍ତ କରୁଥବା ଜଣାପଡିଛି। ଖାଦ୍ୟ ଅନେ୍‌ବଷଣରେ ଆସି ପୋଖରୀର ଗଭୀର ପାଣିରେ ବୁଡ଼ି ମରିଯାଇଥବା ଅନୁମାନ କରାଯାଉଛି ।

Odisha’s No.1 Odia Daily

Share