କୂଅରୁ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର: ସନ୍ଦେହ ଘେରରେ ମା’

ସମ୍ବଲପୁର,୧୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ ହରିଜନପଡ଼ାର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଶିଶୁଟିର ମୃତଦେହକୁ ବାହାର କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ପୂର୍ବରୁ ଶିଶୁଟି ନିଖୋଜ ଥିବା ନେଇ ତା’ର ମାଆ ଯୁଯୋମୁରା ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ଗାଁର ଏକ ପରିତ୍ୟକ୍ତ କୂଅରୁ ଶିଶୁର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିଶୁଟିକୁ ହତ୍ୟା କରି କୂଅ ଭିତରେ ଫିଙ୍ଗି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଏହି ଘଟଣାରେ ପୋଲିସ ଶିଶୁଟିର ମା’ଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।

 

Dharitri – Odisha’s No.1 Odia Daily

 

Share