ଦେହ ଦେଉଳରେ ଦିଅଁ ଦର୍ଶନ

ସ୍କୃତରେ ଉକ୍ତିଟିଏ ଅଛି ‘ଦେହୋ ଦେବାଳୟ ପ୍ରୋକ୍ତୋ ଜୀବଃ ପ୍ରୋକ୍ତୋ ସନାତନଃ’ ଅର୍ଥାତ୍‌ ଏ ଦେହ ହେଉଛି ଏକ ଦେବାଳୟ, ଯାହା ଭିତରେ ପରମାତ୍ମା ସୂକ୍ଷ୍ମ ରୂପରେ ଥାଆନ୍ତି। କିନ୍ତୁ ମନରେ ପ୍ରଶ୍ନ ଆସେ ଦେହକୁ ସିନା ଦେଉଳ ସହ ତୁଳନା କରାଯାଇଛି ହେଲେ ଦେଉଳରେ ଯେଉଁ ପବିତ୍ରତା, ନୀତି ନିୟମ ପାଳିତ ହୁଏ ତାହା ଆମ ଦେହ ଦେଉଳରେ ଅନୁସୃତ ହେଉଛି ତ? ଆମେ ଜାଣୁ ମଣିଷ ଦ୍ୱାରା ନିର୍ମିତ ମନ୍ଦିରରେ ଧୂମପାନ, ମଦ୍ୟପାନ, ମନ୍ଦ ଆଚରଣ, ଆମିଷ ଭକ୍ଷଣ ନିଷେଧ ଓ ପରିବେଶକୁ ଶୁଦ୍ଧ ରଖିବାପାଇଁ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଇଥାଏ। କିନ୍ତୁ ଥରେ ବିଚାରକଲେ! ମଣିଷ ତିଆରି କରିଥିବା ମନ୍ଦିରକୁ ସ୍ବଚ୍ଛ, ପରିଷ୍କାର ରଖିବାକୁ ଆମେ ଏତେ ତପତ୍ର କନ୍ତୁ ସ୍ବୟଂ ଈଶ୍ୱରଙ୍କ ଦ୍ୱାରା ନିର୍ମିତ ଆମର ଏ ଦେହ ଦେଉଳ ନିଶାସେବନ, ପାପାଚରଣ, ଅଭକ୍ଷଭକ୍ଷଣରେ ଏତେ କଳୁଷିତ ଆଉ କଳଙ୍କିତ କାହିଁକି?
ଗୀତାରେ ଅର୍ଜୁନକୁ ବୁଝାଇବାକୁ ଯାଇ ଶ୍ରୀକୃଷ୍ଣ କହିଲେ: ‘ଈଶ୍ୱର ସର୍ବଭୂତାନାଂ ହୃଦ୍ଦେଶେ ଅର୍ଜୁନ ତିଷ୍ଠତି’- ଦେହ ଯଦି ଦେଉଳ ହୁଏ ତେବେ ତା’ର ମସ୍ତକ ହେଉଛି ଦଧିନଉତି, ଶିଖା ହେଉଛି ଦେଉଳର ଧ୍ୱଜା ଓ ହୃଦୟ ହେଉଛି ଗର୍ଭଗୃହ; ଯେଉଁଠି ଈଶ୍ୱର ବିରାଜମାନ କରନ୍ତି। ପ୍ରଭୁ ଧାରଣକରିଥିବା ଶଙ୍ଖ, ଚକ୍ର, ଗଦା, ପଦ୍ମ ହେଉଛନ୍ତି ଆମ ଅନ୍ତଃକରଣ ଚତୁଷ୍ଟୟର ପ୍ରତୀକ ମନ, ବୁଦ୍ଧି, ଚିତ୍ତ ଓ ଅହଙ୍କାର। କିନ୍ତୁ ଏଠାରେ ପୂଜା ମନ୍ତ୍ରପାଠ ପରିବର୍ତ୍ତେ ଯଦି ଅତ୍ୟାଚାର ଓ ବ୍ୟଭିଚାର ଚାଲେ ତେବେ ଦେହ ଦେଉଳରେ ଦିଅଁ ଦର୍ଶନ ସମ୍ଭବ ହେବ କିପରି? ପ୍ରତିଟି ଶରୀରରେ ଈଶ୍ୱର ସୂକ୍ଷ୍ମ ରୂପରେ ଅଛନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଅଜ୍ଞାତସାରରେ ମଧ୍ୟ କାହା ଦେହରେ ଗୋଡ଼ ବାଜିଗଲେ ତୁରନ୍ତ ଆମ ପାଟିରୁ ବାହାରି ଆସେ ‘ବିଷ୍ଣୁ’। ହେଲେ ବିଡ଼ମ୍ବନାର ବିଷୟ ଗୋଡ଼ ବାଜିଗଲେ ବିଷ୍ଣୁ କହୁଥିବା ମଣିଷ ନିଜର ସ୍ବାର୍ଥ ଚରିତାର୍ଥ ପାଇଁ ଆଜି ଅନ୍ୟକୁ ଲହୁଲୁହାଣ କରି ତା’ର ଆଖିରୁ ନିଗିଡ଼ି ପଡ଼ୁଥିବା ଲୁହକୁ ନିର୍ଦ୍ଦୟ ଭାବେ ପିଇଯାଉଛି। ସାନ୍ତ୍ୱନାର ସଜଳ ଶ୍ରାବଣ ବୁନ୍ଦେ ବି ବାଢ଼ିଦେବାକୁ ମଣିଷର ମନ କହୁନି। ଏବେ ସମାଜରେ ନିତିପ୍ରତି ଘଟୁଥିବା ନାବାଳିକା ବଳାତ୍କାର, ଶିଶୁ ଅପହରଣ, ପତିପନତ୍ୀ ମଧ୍ୟରେ ପ୍ରତାରଣାର ବିସ୍ଫୋରଣ ଏହାର ଗୋଟିଏ ଗୋଟିଏ ନମୁନା ନୁହେଁ କି? ସମାଜରେ କେହି ବ୍ୟକ୍ତି ଆମର ଦେଖାହୋଇଗଲେ ଆମେ ତାଙ୍କୁ ‘ରାମ ରାମ’ କହି ତାଙ୍କୁ ସ୍ବାଗତ କରୁ। ହେଲେ ଉପରକୁ ଆମେ ରାମ ରାମ କହିଲେ ମଧ୍ୟ ଜୀବନରେ ରାମଙ୍କୁ ଅନୁସରଣ ନ କରି ଶାସ୍ତ୍ର ବିରୁଦ୍ଧ କର୍ମ ପଛରେ ସବୁବେଳେ ଧାଉଁଛେ। ଏପରି ବାହ୍ୟାଚାରରେ କି ଲାଭ? ରାମାୟଣରେ ଶ୍ରୀରାମଙ୍କ ପଛେ ପଛେ ମା’ ସୀତା ଓ ଲକ୍ଷ୍ମଣ ଅନୁଧାବନ କରିଥିଲେ ବୋଲି ସେମାନଙ୍କ ଜୀବନ ଜୟଯୁକ୍ତ ହୋଇଥିଲା । ମହାଭାରତରେ ଶ୍ରୀକୃଷ୍ଣଙ୍କ ପଛେ ପଛେ ପାଣ୍ଡବ ଅନୁସରଣ କରିଥିଲେ ବୋଲି ସେମାନଙ୍କର ଜୀବନ ସୁରକ୍ଷିତ ହୋଇଥିଲା । କିନ୍ତୁ ସମ୍ପ୍ରତି ମଣିଷର ଦେହ ଦେଉଳ କାମ, କ୍ରୋଧ, ଲୋଭ, ମୋହ, କପଟତା ଆଦି ଗନ୍ଧରେ ଅବରୁଦ୍ଧ ହୋଇଥିବାରୁ ଗୀତାର ଅମୃତ ବାଣୀ ‘ମାମେକଂ ଶରଣଂ ବ୍ରଜ’ ହୋଇଯାଇଛି ନିରୁଦ୍ଦିଷ୍ଟ। ତେଣୁ ଆମର ବାହ୍ୟ ଧର୍ମ ଦିନକୁ ଦିନ ସିନା ବଢୁଛି କିନ୍ତୁ ବ୍ୟକ୍ତିର ବିକାଶ ଓ ଚାରିତ୍ରିକ ଶୁଦ୍ଧତା କ୍ଷୀଣ ହେବାରେ ଲାଗିଛି। ତେବେ ପ୍ରଶ୍ନ ଆସେ ଦେହ ଦେଉଳରେ ଦିଅଁ ଦର୍ଶନ ସମ୍ଭବ କିପରି ହେବ? ଗୌତମ ବୁଦ୍ଧଙ୍କ ଜୀବନୀରୁ କରୁଣାକୁ ଜାଣିପାରିଲେ, ମହାବୀରଙ୍କ ଚରିତ୍ରରୁ ଅହିଂସାକୁ ଆଣିପାରିଲେ, ଯିଶୁଙ୍କ ଜୀବନୀରୁ ପ୍ରେମକୁ ପଢ଼ି ପାରିଲେ ଓ ଶ୍ରୀରାମଙ୍କ ମର୍ଯ୍ୟାଦାରେ ନିଜକୁ ଗଢ଼ିପାରିଲେ ତାହା ହିଁ ହେବ ଦେହ ଦେଉଳର ପ୍ରକୃତ ରୂପରେଖ। ଏହା ସତ୍ୟ ଯେ ଦେଉଳ ତୋଳିବାକୁ ହେଲେ ସଦ୍‌ଭାବର ଭୂମି ଲୋଡ଼ା। ତେଣୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବ୍ୟକ୍ତି ନିଜକୁ ପ୍ରଥମେ ସୁନ୍ଦର ମଣିଷଟିଏ କରି ଗଢ଼ିତୋଳିବା ଆବଶ୍ୟକ।
ରାମାୟଣକୁ ପଢନ୍ତୁ। ରାବଣ ବ୍ରହ୍ମାଙ୍କଠାରୁ ବର ମାଗିଲା ମୁଁ ମଣିଷ ହାତରେ ମରିବି। ସମସ୍ତେ ରାବଣକୁ ପଚାରିଲେ ଏତେବଡ଼ ଜ୍ଞାନୀ ହୋଇ ମଧ୍ୟ ଏପରି ବର କିପରି ମାଗିଲ ଯେ ଗୋଟିଏ ସାଧାରଣ ମଣିଷ ହାତରେ ମରିବ ବୋଲି। ରାବଣ ଉତ୍ତର ଦେଲା – ଏ ବର ସାଧାରଣ ନୁହେଁ କାରଣ ମଣିଷ ପରି ଦିଶିବା ଓ ମଣିଷ ପରି ମଣିଷଟିଏ ହେବା ଏକା କଥା ନୁହେଁ। ସମାଜରେ ମଣିଷପରି ଦିଶୁଥିବା ଅନେକଙ୍କ ଅନ୍ତର ଭିତରେ ଭରିରହିଛି ଛନ୍ଦ, କପଟ, ଘୃଣା, ଅସୂୟା, କାମ, କ୍ରୋଧ, ଲୋଭ ଆଦି ଜାଙ୍ଗଲିକ ପଶୁବୃତ୍ତି। ଉପରେ ‘ହରି’ ‘ହରି’ କହି ଭିତରେ ହରଣ କରିବାକୁ ସେମାନେ ଧୁରନ୍ଧର। କପାଳରେ ଚିତାତିଳକ କାଟି ବ୍ରହ୍ମାଣ୍ଡକୁ ଚିତା କାଟିବାରେ ସେମାନେ ତପତ୍ର। ଏପରି ଲକ୍ଷେ ମଣିଷ ଏକାଠି ହେଲେ ମଧ୍ୟ ମୋର ସାମାନ୍ୟ କ୍ଷତି କରିପାରିବେ ନାହିଁ। ମୁଁ ସେହି ମଣିଷ ହାତରେ ମରିବି, ଯାହାର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ମଣିଷପଣିଆ ପାଖରେ ସମଗ୍ର ବିଶ୍ୱ ନଇଁ ଯାଉଥିବ, ଯାହାର ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସାମାନ୍ୟ ବିଭେଦ ନ ଥିବ। ଶେଷରେ ପ୍ରଭୁ ରାମଚନ୍ଦ୍ର ବାଧ୍ୟ ହେଲେ ଆଦର୍ଶ ମଣିଷ ରୂପରେ ଆସି ରାବଣକୁ ନିଧନ କରିବା ପାଇଁ। ହେଲେ ବଡ଼ ଲାଜର କଥା ଆଜିର ପତନୋନ୍ମୁଖୀ ସମାଜରେ ମଣିଷପଣିଆ ଓ ମାନବିକତାର ମରୁଡ଼ି ପଡ଼ିଥିବାରୁ ଦେହ ଦେଉଳରେ ଦିଅଁ ଦର୍ଶନ ହେଉନାହିଁ। ଏହା ହିଁ ଦେହ ଦେଉଳର ଦୁଃଖ।
ଅଂଶ ସବୁବେଳେ ଅଂଶୀ ପାଖକୁ ଯାଏ, ଯେପରି କି ଅଗ୍ନି ଶିଖାର ଗତି ହେଉଛି ସୂର୍ଯ୍ୟଙ୍କ ନିକଟକୁ। ଠିକ୍‌ ସେହିପରି ଈଶ୍ୱର ହେଉଛନ୍ତି ଅଂଶୀ ଓ ଆମେ ତାଙ୍କର ଅଂଶ। ତେଣୁ ଈଶ୍ୱରଙ୍କର ଅମୂଲ୍ୟ ଉପହାର ରୂପେ ପାଇଥିବା ଏ ଦେହ ଦେଉଳକୁ ପବିତ୍ର ତୀର୍ଥସ୍ଥଳୀ ଜ୍ଞାନକରି ଏହାର ମର୍ଯ୍ୟାଦାକୁ ଅତୁଟ ରଖିପାରିଲେ ତାହା ହିଁ ହେବ ଧର୍ମର ଶ୍ରେଷ୍ଠ ମୂଲ୍ୟାୟନ ଓ ଈଶ୍ୱରଙ୍କର ସବୁଠାରୁ ପ୍ରିୟ ନିବାସସ୍ଥଳୀ ନ ହେଲେ ମଣିଷ ଜୀବନରେ ଶାନ୍ତି ଆସିବ ନାହିଁ କି ଆନନ୍ଦ ବି ମିଳିବ ନାହିଁ କାରଣ ଦିଅଁ ଦେଖି ଯିବା ଗୋ ସହି! ଦେଉଳରେ ଦିଅଁ ଦେବତା ନାହିଁ।
ଅଧ୍ୟାପକ, ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ
ମୋ:୯୪୩୭୧୧୩୧୬୨


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri