ଗାଧୋଇବାକୁ ଯାଇଥିଲେ: ପୋଖରୀରୁ ମିଳିଲା ମୃତହେଦ

ଦେବଗଡ଼,୧୫ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ବଲଣ୍ଡା ପଞ୍ଚାୟତ ଅଧୀନ ଇନ୍ଦ୍ରାଣୀଝରଣ ଗ୍ରାମ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବଲଣ୍ଡା ଗ୍ରାମର ବୁଧୁ ଭୁୟାଁ (୬୦)।

ମିଳିଥିବା ସୂଚନା ଅନୁଯାୟୀ ବୁଧୁ ଶୁକ୍ରବାର ଅପରାହ୍ନରେ ଗାଧୋଇବାକୁ ନିକଟସ୍ଥ ଇନ୍ଦ୍ରାଣୀଝରଣ ଗ୍ରାମର ଏକ ପୋଖରୀକୁ ଯାଇଥିଲେ। ହେଲେ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ସନ୍ଧାନ ନ ମିଳି ନ ଥିଲା। ସନ୍ଧ୍ୟାରେ ପରିବାର ଲୋକ ଇନ୍ଦ୍ରାଣୀଝରଣ ପୋଖରୀକୁ ଯାଇଥିଲେ। ପୋଖରୀ ହୁଡାରେ ବୁଧୁଙ୍କ ଚପଲ ଏବଂ ଗାମୁଛା ପଡିଥିବା ବେଳେ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ବାରକୋଟ ସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଏବଂ କାରକୋଟ ଥାନାକୁ ସୂଚନା ଦେଇଥିଲେ।

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉପସ୍ଥିତିରେ ପୋଖରୀରୁ ବୁଧୁଙ୍କ ମୃତଦେହ ଉଦ୍ଧାର କରିଥିଲେ। ବାରକୋଟ ଥାନା ପୋଲିସ ବୁଧୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share