କେନାଲରେ ପଡ଼ି ଚାଲିଗଲା ଜୀବନ

ମୋରଡ଼ା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଘାସିଡିହି ସୁବର୍ଣ୍ଣରେଖା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଘାସିଡିହି ଗ୍ରାମର ଜଗନ୍ନାଥ ବାସ୍କେ।

ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ସ୍ଥାନୀୟ ଲୋକେ କେହି ଜଣେ ବ୍ୟକ୍ତି ସାଇକେଲ ସହ କେନାଲକୁ ଖସି ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କେନାଲରୁ ମୃତଦେହ ଜବତ କରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩/୨୩) ରୁଜୁ କରିଛି।