ବଡି ଡିଟକ୍ସ

ଦଶହରା, ଦୀପାବଳି ଭଳି ପୂଜାପର୍ବରେ ସାଧାରଣତଃ ପିଠା, ମିଠା ଏବଂ ଅନେକ ଭଳିକି ଭଳି ଖାଦ୍ୟରେ ସଭିଙ୍କ ଘର ଭରିଯାଏ। ଯାହାକୁ ଖାଇବା ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାରେ ଖୁଆଇବାରେ ବେଶ୍‌ ଆନନ୍ଦ ବି ମିଳିଥାଏ। ହେଲେ ଏହାଦ୍ୱାରା ନା କେବଳ ଶରୀରକୁ ଅଧିକ କ୍ୟାଲୋରି ଯାଇଥାଏ ବରଂ ଏସବୁ ଖାଦ୍ୟରେ ବ୍ୟବହୃତ ରଙ୍ଗ, ତେଲ ଆଦିରେ ଥିବା ବିଷାକ୍ତ ପଦାର୍ଥ ଶରୀରକୁ ହାନି ପହଞ୍ଚାଇଥାଏ। ଯାହାକୁ ଦୂର କରି ସୁସ୍ଥ ରହିବା ଲାଗି ପୂଜାପର୍ବ ପରେ କେତେକ ଉପାୟରେ ବଡି ଡିଟକ୍ସ କରିବା ନିହାତି ଆବଶ୍ୟକ…
ପିଅନ୍ତୁ ଅଧିକ ପାଣି: ଶରୀରକୁ ସୁସ୍ଥ ରଖିବା ଲାଗି ପାଣି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଝାଳ ଏବଂ ପରିସ୍ରା ଦ୍ୱାରା ବାହାର କରିବାରେ ସାହାଯ୍ୟ କରେ ଏବଂ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ତେଣୁ ଅତିକମ୍‌ରେ ଦିନକୁ ୩-୪ ଲିଟର ପାଣି ପିଇବା ଆବଶ୍ୟକ। ବିଶେଷକରି ପୂଜା ଦିନମାନଙ୍କରେ ଖାଉଥିବା ଖାଦ୍ୟ ଭଲ ଭାବେ ହଜମ ହେବା ଲାଗି ଏହାଠୁ ଅଧିକ ପାଣି ପିଇପାରିଲେ ଭଲ।
ପ୍ରୋବାୟୋଟିକ୍‌ ଖାଇବା ଲାଭ ଦାୟକ: ଖାଦ୍ୟଦ୍ୱାରା ଶରୀରକୁ ଯାଉଥିବା କୌଣସି ବିଷାକ୍ତ ପଦାର୍ଥକୁ ଦୂର କରିବା ଲାଗି ଖାଦ୍ୟ ତାଲିକାରେ ପ୍ରୋବାୟୋଟିକ୍‌ ସାମିଲ କରନ୍ତୁ। ଦହିରେ ଅଧିକ ମାତ୍ରାରେ ପ୍ରୋବାୟୋଟିକ୍‌ ରହିଛି। ଏହା ଏକ ପ୍ରକାରର ଫାଇବର, ଯାହାକୁ ଖାଇବା ଦ୍ୱାରା ହଜମକ୍ରିୟା ଠିକ୍‌ ଭାବେ ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବ୍ୟାକ୍ଟେରିଆଙ୍କୁ ସୁରକ୍ଷିତ ରଖିଥାଏ।
ପରିବା ଜୁସ୍‌: ଶରୀରକୁ ଡିଟକ୍ସ କରିବା ଲାଗି ବିଭିନ୍ନ ପରିବା ଜୁସ୍‌ ପିଇବା ବେଶ୍‌ ଉପକାରୀ। ଏଥିପାଇଁ ଲାଉ, କାକୁଡ଼ି, ଅଦା, ଲେମ୍ବୁ, ଗାଜର, ବିଟ୍‌, ପାଳଙ୍ଗ ଆଦିର ଜୁସ୍‌ ପିଇପାରିବେ। ଏହା ଶରୀରକୁ ପୋଷକତତ୍ତ୍ୱ ଯୋଗାଇ ଦେବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
କମାନ୍ତୁ ଲୁଣ: ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇବା ଠିକ୍‌ ନୁହେଁ। କାରଣ ଏହା ରକ୍ତଚାପ ବଢ଼ାଇବା ସହ ଶରୀରରେ ପାଣି ଜମା କରିଥାଏ। ଏହାଦ୍ୱାରା ଲିଭର ଏବଂ କିଡ୍‌ନୀ ସମସ୍ୟା ଉପୁଜିପାରେ। ପୂଜା ପର୍ବ ସମୟରେ ହେଉଥିବା ଛଣାଛଣି କିମ୍ବା ଅନ୍ୟାନ୍ୟ ଖାଦ୍ୟରେ ଶରୀରକୁ ଅଧିକ ଲୁଣ ଯାଇଥାଏ। ତେଣୁ ପରେ ଶରୀରକୁ ଡିଟକ୍ସ କରିବା ଲାଗି ଖାଦ୍ୟରେ ଲୁଣମାତ୍ରା କମ୍‌ କରିବା ସହ ଅଧିକ ପାଣି ପିଇବା ଆବଶ୍ୟକ।
ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ: ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇଥାଏ। ଏହା ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇବା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri