ବଡି ଡିଟକ୍ସ

ଦଶହରା, ଦୀପାବଳି ଭଳି ପୂଜାପର୍ବରେ ସାଧାରଣତଃ ପିଠା, ମିଠା ଏବଂ ଅନେକ ଭଳିକି ଭଳି ଖାଦ୍ୟରେ ସଭିଙ୍କ ଘର ଭରିଯାଏ। ଯାହାକୁ ଖାଇବା ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାରେ ଖୁଆଇବାରେ ବେଶ୍‌ ଆନନ୍ଦ ବି ମିଳିଥାଏ। ହେଲେ ଏହାଦ୍ୱାରା ନା କେବଳ ଶରୀରକୁ ଅଧିକ କ୍ୟାଲୋରି ଯାଇଥାଏ ବରଂ ଏସବୁ ଖାଦ୍ୟରେ ବ୍ୟବହୃତ ରଙ୍ଗ, ତେଲ ଆଦିରେ ଥିବା ବିଷାକ୍ତ ପଦାର୍ଥ ଶରୀରକୁ ହାନି ପହଞ୍ଚାଇଥାଏ। ଯାହାକୁ ଦୂର କରି ସୁସ୍ଥ ରହିବା ଲାଗି ପୂଜାପର୍ବ ପରେ କେତେକ ଉପାୟରେ ବଡି ଡିଟକ୍ସ କରିବା ନିହାତି ଆବଶ୍ୟକ…
ପିଅନ୍ତୁ ଅଧିକ ପାଣି: ଶରୀରକୁ ସୁସ୍ଥ ରଖିବା ଲାଗି ପାଣି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଝାଳ ଏବଂ ପରିସ୍ରା ଦ୍ୱାରା ବାହାର କରିବାରେ ସାହାଯ୍ୟ କରେ ଏବଂ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ତେଣୁ ଅତିକମ୍‌ରେ ଦିନକୁ ୩-୪ ଲିଟର ପାଣି ପିଇବା ଆବଶ୍ୟକ। ବିଶେଷକରି ପୂଜା ଦିନମାନଙ୍କରେ ଖାଉଥିବା ଖାଦ୍ୟ ଭଲ ଭାବେ ହଜମ ହେବା ଲାଗି ଏହାଠୁ ଅଧିକ ପାଣି ପିଇପାରିଲେ ଭଲ।
ପ୍ରୋବାୟୋଟିକ୍‌ ଖାଇବା ଲାଭ ଦାୟକ: ଖାଦ୍ୟଦ୍ୱାରା ଶରୀରକୁ ଯାଉଥିବା କୌଣସି ବିଷାକ୍ତ ପଦାର୍ଥକୁ ଦୂର କରିବା ଲାଗି ଖାଦ୍ୟ ତାଲିକାରେ ପ୍ରୋବାୟୋଟିକ୍‌ ସାମିଲ କରନ୍ତୁ। ଦହିରେ ଅଧିକ ମାତ୍ରାରେ ପ୍ରୋବାୟୋଟିକ୍‌ ରହିଛି। ଏହା ଏକ ପ୍ରକାରର ଫାଇବର, ଯାହାକୁ ଖାଇବା ଦ୍ୱାରା ହଜମକ୍ରିୟା ଠିକ୍‌ ଭାବେ ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବ୍ୟାକ୍ଟେରିଆଙ୍କୁ ସୁରକ୍ଷିତ ରଖିଥାଏ।
ପରିବା ଜୁସ୍‌: ଶରୀରକୁ ଡିଟକ୍ସ କରିବା ଲାଗି ବିଭିନ୍ନ ପରିବା ଜୁସ୍‌ ପିଇବା ବେଶ୍‌ ଉପକାରୀ। ଏଥିପାଇଁ ଲାଉ, କାକୁଡ଼ି, ଅଦା, ଲେମ୍ବୁ, ଗାଜର, ବିଟ୍‌, ପାଳଙ୍ଗ ଆଦିର ଜୁସ୍‌ ପିଇପାରିବେ। ଏହା ଶରୀରକୁ ପୋଷକତତ୍ତ୍ୱ ଯୋଗାଇ ଦେବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
କମାନ୍ତୁ ଲୁଣ: ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇବା ଠିକ୍‌ ନୁହେଁ। କାରଣ ଏହା ରକ୍ତଚାପ ବଢ଼ାଇବା ସହ ଶରୀରରେ ପାଣି ଜମା କରିଥାଏ। ଏହାଦ୍ୱାରା ଲିଭର ଏବଂ କିଡ୍‌ନୀ ସମସ୍ୟା ଉପୁଜିପାରେ। ପୂଜା ପର୍ବ ସମୟରେ ହେଉଥିବା ଛଣାଛଣି କିମ୍ବା ଅନ୍ୟାନ୍ୟ ଖାଦ୍ୟରେ ଶରୀରକୁ ଅଧିକ ଲୁଣ ଯାଇଥାଏ। ତେଣୁ ପରେ ଶରୀରକୁ ଡିଟକ୍ସ କରିବା ଲାଗି ଖାଦ୍ୟରେ ଲୁଣମାତ୍ରା କମ୍‌ କରିବା ସହ ଅଧିକ ପାଣି ପିଇବା ଆବଶ୍ୟକ।
ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ: ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇଥାଏ। ଏହା ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇବା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri