ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍ସ ଓ କରେଣ୍ଟ ଆକାଉଣ୍ଟ ପାଇଁ ଉକ୍ତ ଆକାଉଣ୍ଟ ଆରମ୍ଭ ହୋଇଛି। ଏପରିକି ବ୍ୟାଙ୍କର ‘ମାଇଁ ଫ୍ୟାମିଲି, ମାଇଁ ବ୍ୟାଙ୍କ’ ସେଗମେଣ୍ଟ, ଯାହାକି ବ୍ୟାଙ୍କର ‘ବିଓବି କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ ଫେଷ୍ଟିଭ୍ ଅଭିଯାନର ଅଂଶ ଭାବେ ଉକ୍ତ ଆକାଉଣ୍ଟର ଶୁଭାରମ୍ଭ କରାଯାଇଛି। ସେହିଭଳି ଗୋଟିଏ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କର ଆକାଉଣ୍ଟକୁ ଏଥିରେ ଗୋଟିଏ ଗ୍ରୁପ୍ କରାଯାଇଥାଏ। ବିଶେଷକରି ବିଓବି ପରିବାର ଆକାଉଣ୍ଟରେ ସର୍ବନିମ୍ନ ଦୁଇ ଓ ସର୍ବାଧିକ ଛଅ ସଦସ୍ୟ ରହିପାରିବେ। ଅପରପକ୍ଷରେ ବିଓବି ପରିବାର କରେଣ୍ଟ ଆକାଉଣ୍ଟ ସେଗମେଣ୍ଟ ପ୍ରୋପ୍ରାଇଟରଶିପ୍, ପାର୍ଟନରଶିପ୍, ଏଲଏଲପି ଓ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପାଇଁ ଉନ୍ମୁକ୍ତ ରହିଛି, ଯାହାକି ଗ୍ରୁପ୍ କମ୍ପାନୀ ବା ସହାୟକ କମ୍ପାନୀ ଅଟେ। ଉଭୟ ବିଓବି ପରିବାର ସେଭିଙ୍ଗସ୍ ଆକାଉଣ୍ଟ ଓ ବିଓବି ପରିବାର କରେଣ୍ଟ ଆକାଉଣ୍ଟ ସେଗମେଣ୍ଟ ତିନିଟି ପୃଥକ ଭାରିଆଣ୍ଟ ଡାଏମଣ୍ଡ, ଗୋଲ୍ଡ ଏବଂ ସିଲଭରରେ ଆସିଥାଏ। ଏ ସମ୍ପର୍କରେ ବିଓବିର ଚିଫ୍ ଜେନେରାଲ୍ ମ୍ୟାନେଜର (ରିଟେଲ୍ ଲାଏବିଲିଟିଜ୍ ଆଣ୍ଡ ଏନଆରଆଇ ବିଜନେସ୍) ରବୀନ୍ଦ୍ର ସିଂ ନେଗି କହିଛନ୍ତି, ସେଭିଙ୍ଗସ୍ ଓ କରେଣ୍ଟ ଆକାଉଣ୍ଟଧାରୀମାନଙ୍କ ପାଇଁ ଆମେ ବିଓବି ପରିବାର ଆକାଉଣ୍ଟର ଶୁଭାରମ୍ଭ କରି ବେଶ ଉତ୍ସାହିତ ଅଛୁ। ଏପରିକି ଗୋଟିଏ ପରିବାର ବା ଆସୋସିଏଟ୍ କମ୍ପାନୀଗୁଡ଼ିକର ଭିନ୍ନ ଭିନ୍ନ ଆକାଉଣ୍ଟ ଗୁଡ଼ିକୁ ଏକତ୍ର କରି ଆମର ଗ୍ରାହକମାନେ ଅନେକ ଆକର୍ଷଣୀୟ ଲାଭ ପାଇପାରିବେ।
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…
ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
Archives


