ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍ସ ଓ କରେଣ୍ଟ ଆକାଉଣ୍ଟ ପାଇଁ ଉକ୍ତ ଆକାଉଣ୍ଟ ଆରମ୍ଭ ହୋଇଛି। ଏପରିକି ବ୍ୟାଙ୍କର ‘ମାଇଁ ଫ୍ୟାମିଲି, ମାଇଁ ବ୍ୟାଙ୍କ’ ସେଗମେଣ୍ଟ, ଯାହାକି ବ୍ୟାଙ୍କର ‘ବିଓବି କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ ଫେଷ୍ଟିଭ୍ ଅଭିଯାନର ଅଂଶ ଭାବେ ଉକ୍ତ ଆକାଉଣ୍ଟର ଶୁଭାରମ୍ଭ କରାଯାଇଛି। ସେହିଭଳି ଗୋଟିଏ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କର ଆକାଉଣ୍ଟକୁ ଏଥିରେ ଗୋଟିଏ ଗ୍ରୁପ୍ କରାଯାଇଥାଏ। ବିଶେଷକରି ବିଓବି ପରିବାର ଆକାଉଣ୍ଟରେ ସର୍ବନିମ୍ନ ଦୁଇ ଓ ସର୍ବାଧିକ ଛଅ ସଦସ୍ୟ ରହିପାରିବେ। ଅପରପକ୍ଷରେ ବିଓବି ପରିବାର କରେଣ୍ଟ ଆକାଉଣ୍ଟ ସେଗମେଣ୍ଟ ପ୍ରୋପ୍ରାଇଟରଶିପ୍, ପାର୍ଟନରଶିପ୍, ଏଲଏଲପି ଓ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପାଇଁ ଉନ୍ମୁକ୍ତ ରହିଛି, ଯାହାକି ଗ୍ରୁପ୍ କମ୍ପାନୀ ବା ସହାୟକ କମ୍ପାନୀ ଅଟେ। ଉଭୟ ବିଓବି ପରିବାର ସେଭିଙ୍ଗସ୍ ଆକାଉଣ୍ଟ ଓ ବିଓବି ପରିବାର କରେଣ୍ଟ ଆକାଉଣ୍ଟ ସେଗମେଣ୍ଟ ତିନିଟି ପୃଥକ ଭାରିଆଣ୍ଟ ଡାଏମଣ୍ଡ, ଗୋଲ୍ଡ ଏବଂ ସିଲଭରରେ ଆସିଥାଏ। ଏ ସମ୍ପର୍କରେ ବିଓବିର ଚିଫ୍ ଜେନେରାଲ୍ ମ୍ୟାନେଜର (ରିଟେଲ୍ ଲାଏବିଲିଟିଜ୍ ଆଣ୍ଡ ଏନଆରଆଇ ବିଜନେସ୍) ରବୀନ୍ଦ୍ର ସିଂ ନେଗି କହିଛନ୍ତି, ସେଭିଙ୍ଗସ୍ ଓ କରେଣ୍ଟ ଆକାଉଣ୍ଟଧାରୀମାନଙ୍କ ପାଇଁ ଆମେ ବିଓବି ପରିବାର ଆକାଉଣ୍ଟର ଶୁଭାରମ୍ଭ କରି ବେଶ ଉତ୍ସାହିତ ଅଛୁ। ଏପରିକି ଗୋଟିଏ ପରିବାର ବା ଆସୋସିଏଟ୍ କମ୍ପାନୀଗୁଡ଼ିକର ଭିନ୍ନ ଭିନ୍ନ ଆକାଉଣ୍ଟ ଗୁଡ଼ିକୁ ଏକତ୍ର କରି ଆମର ଗ୍ରାହକମାନେ ଅନେକ ଆକର୍ଷଣୀୟ ଲାଭ ପାଇପାରିବେ।
ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!
୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…
ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ
ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…
ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ
ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…
ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ
ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…
ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା
ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…
କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍ର ପାଣି, ଯୋଗାଯୋଗ ବିଛିନ୍ନ
ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…
ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…
ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…
ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…
Archives

