ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…

ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର ଦାୟାଦ ବବି ଦେଓଲଙ୍କ କଥା। ଏବେ ବବି ବିବାହିତ। ତାଙ୍କର ଛୁଆ ବଡ଼ ହେଲେଣି। ହେଲେ ସେ ବିବାହ ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଥିଲେ ଚର୍ଚ୍ଚାରେ।

୮୦ ଏବଂ ୯୦ ଦଶକରେ ଦର୍ଶକଙ୍କ ହୃଦୟ ଜିତିଥିଲେ ସନି ଦେଓଲ। ଏହି ସମୟ ମଧ୍ୟରେ ସେ ଅନେକ ନାୟିକାଙ୍କ ସହ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭଲ ବନ୍ଧୁ ମଧ୍ୟ ପାଲଟିଛନ୍ତି ଅନେକ। ଅଭିନେତ୍ରୀ ନୀଲମ ମଧ୍ୟ ସେପରି ଜଣେ ଥିଲେ। ଉଭୟ ଏକାଠି ଏକାଧିକ ଫିଲ୍ମରେ ଯୋଡ଼ି ହୋଇଥିଲେ। ହେଲେ ନୀଲମଙ୍କୁ ହୃଦୟ ଦେଇଥିଲେ ବବି।

ଦୀର୍ଘ ୫ ବର୍ଷ ଧରି ସେମାନେ ପରସ୍ପର ସହ ସମ୍ପର୍କରେ ରହିଥିଲେ। ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ଘରଲୋକଙ୍କ ସହ ଏନେଇ କଥାବାର୍ତ୍ତା କରିଥିଲେ। ଗୋଟିଏ ପଟେ ନୀଲମଙ୍କ ଘର ଲୋକ ବିବାହ ପାଇଁ ରାଜି ହୋଇଥିଲେ ହେଁ ବବିଙ୍କ ବାପା ଧର୍ମେନ୍ଦ୍ର ସିଧା ସିଧା ନା କରିଥିଲେ। କୌଣସି ଫିଲ୍ମର ଅଭିନେତ୍ରୀ ତାଙ୍କ ଘରର ବୋହୂ ହେଉ ସେ ଚାହୁଁ ନ ଥିଲେ। ନିଜେ ହେମାଙ୍କୁ ବିବାହ କରିଥିଲେ ହେଁ ତାଙ୍କର ଏଭଳି ନିଷ୍ପତ୍ତି ଅନେକଙ୍କୁ ଚିନ୍ତାରେ ପକାଇଥିଲା। ଭଲ ପୁଅ ଭାବେ ବବି ବାପାଙ୍କ କଥା ମାନି ନୀଲମଙ୍କ ସହ ବ୍ରେକ୍‌ଅପ୍‌ କରିନେଇଥିଲେ।

ବବିଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଭାଙ୍ଗିପଡ଼ିଥିଲେ ନୀଲମ। ରାତି ରାତି ଅନିଦ୍ରା ରହିବା ସହ କାନ୍ଦ ବନ୍ଦ ହେଉ ନ ଥିଲା ତାଙ୍କର। ହେଲେ ଧିରେ ଧିରେ ସେ ନିଜକୁ ସମ୍ଭାଳିଥିଲେ। ଏହାର କିଛି ବର୍ଷ ପରେ ସେ ବିବାହ କରିନେଇଥିଲେ। ବବି ମଧ୍ୟ ତାନ୍ୟାଙ୍କ ହାତ ଧରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

Share