ବବି ଡାର୍ଲିଂ ଏବେ ପାଖି ଶର୍ମା; କହିଲେ- ମୁଁ ଜଣେ ମହିଳା

ବମ୍ବେ: ବଡ଼ ପରଦା ହେଉ ଅବା ଛୋଟ ପରଦା, ବବି ଡାର୍ଲିଂ ଏକ ପରିଚିତ ନାମ। ଏକ ସମୟରେ ସେ ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସୁଥିଲେ। ହେଲେ ଏବେ ସେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଯଦି ବି ସୁଯୋଗ ମିଳେ ସେ ଆଉ ପୂର୍ବ ଭଳି ଚରିତ୍ର ଚାହୁଁନାହାନ୍ତି। ଜଣେ ମହିଳା ହୋଇଥିବାରୁ ସେ ସେଭଳି ଚରିତ୍ର ଚାହୁଁଥିବା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

୨୦୦୫-୦୬ରେ ବବିଙ୍କ ପାଖରେ କାମର ଅଭାବ ନ ଥିଲା। ଏବେ କିନ୍ତୁ ସେଭଳି ନୁହେଁ। ଫିଲ୍ମନିର୍ମାତାମାନେ ତାଙ୍କୁ ଗେ’ ଚରିତ୍ରର ଅଫର୍‌ ଦେଉଛନ୍ତି। ହେଲେ ସେ ତାହା ଚାହୁଁନାହାନ୍ତି। ଟ୍ରାନ୍ସଓମ୍ୟାନ୍‌ ବୋଲି ନିଜକୁ ଜାଣିବା ପରେ ସେ ସର୍ଜରୀ କରାଇଛନ୍ତି। ଏବେ ତାଙ୍କ ଶରୀର ଜଣେ ମହିଳାଙ୍କ ଭଳି। ଏଣୁ ନିଜକୁ ଅପମାନିତ କଲା ଭଳି କିଛି ବି କାମ କରିବାକୁ ଚାହୁଁନାହାନ୍ତି ବୋଲି ସେ କୁହନ୍ତି।

ପ୍ରଥମେ ବବିଙ୍କ ନାମ ପଙ୍କଜ ଶର୍ମା ଥିଲା। ଏହାକୁ ସେ ବଦଳାଇ ପାଖି ଶର୍ମା କରିଦେଇଛନ୍ତି। କମ୍‌ ବୟସରୁ ସେ ଜଣେ ଟ୍ରାନ୍ସଜେଣ୍ଡର ଥିବା ଜାଣିବାକୁ ପାଇଥିଲେ। ପରେ ସେ ନିଜକୁ ମହିଳା କରିଥିଲେ। ୨୦୧୫ରେ ବ୍ୟବସାୟୀ ରମନିକ ଶର୍ମାଙ୍କୁ ବିବାହ କରିବାକୁ ନେଇ ସେ ଆସିଥିଲେ ଚର୍ଚ୍ଚାକୁ। ୨୦୧୬ରେ ଉଭୟ ବିବାହ କରିଥିଲେ ମଧ୍ୟ। ଏହାର ଗୋଟିଏ ବର୍ଷ ପରେ କିନ୍ତୁ ଘରୋଇ ହିଂସା ଅଭିଯୋଗ କରି ବବି ସ୍ବାମୀଙ୍କୁ ଗିରଫ କରାଇଥିଲେ।

Share