Categories: ଖେଳ

କାନ୍‌ପୁରରେ ଜନ୍ମ, ଇଂଲଣ୍ଡ ପାଇଁ ଖେଳିଥିଲେ କ୍ରିକେଟ; ପାକିସ୍ତାନ ହାରିବା ପରେ ହୋଟେଲ୍‌ ରୁମ୍‌ରୁ ମିଳିଥିଲା ଉଲଗ୍ନ ମୃତଦେହ

ନୂଆଦିଲ୍ଲୀ,୧୮।୩: କ୍ରିକେଟ ଇତିହାସରେ ଏଭଳି କିଛି ଘଟଣା ଘଟିଛି ଯାହା ଏବେ ବି ଅନେକଙ୍କୁ ଚକିତ କରେ। ୨୦୦୭ ମସିହା ଆଜିର ଦିନ(ମାର୍ଚ୍ଚ ୧୮)ରେ କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ଘଟିଥିଲା ସେଭଳି ଏକ ଘଟଣା। ପଡ଼ିଆ ବାହାରେ ହୋଇଥିଲେ ହେଁ ଏହା ବେଶ୍‌ ଚର୍ଚ୍ଚିତ ହୋଇଥିଲା।

ଓ୍ବେଷ୍ଟଇଣ୍ଡିଜ୍‌ରେ ବିଶ୍ୱକପ୍‌ ଖେଳାଯାଉଥିଲା। ମାର୍ଚ୍ଚ ୧୭ରେ ଆୟରଲ୍ୟାଣ୍ଡ କ୍ରିକେଟ ଟିମ୍‌ ପାକିସ୍ତାନ ଟିମ୍‌କୁ ୩ ଉଇକେଟରେ ହରାଇଥିଲା। ମନଦୁଃଖରେ ଦଳର ଖେଳାଳିମାନେ ହୋଟେଲ ଫେରିଥିଲେ। ହେଲେ ପରଦିନ ଯାହା ଘଟିଲା ସମସ୍ତେ ଅଧିକ ଦୁଃଖିତ ହୋଇଯାଇଥିଲେ।

ପାକିସ୍ତାନ ଟିମ୍‌ ରହିଥିବା ହୋଟେଲର ୧୨ ମହଲାରେ କୋଚ୍‌ ବବ୍‌ ବୁଲ୍‌ମରଙ୍କ ରୁମ୍‌ ଥିଲା। ତାଙ୍କୁ ଏକାଧିକ ଥର ଡକା ଯାଇଥିଲେ ହେଁ କୌଣସି ଜବାବ ମିଳି ନ ଥିଲା। ଶେଷରେ ଭିତରକୁ ଯାଇ ଦେଖିବା ସମୟରେ ବାଥରୁମ୍‌ ଭିତରେ ଉଲଗ୍ନ ଅବସ୍ଥଂରେ ବୁଲମ୍‌ର ପଡ଼ିଥିବା ଦେଖାଯାଇଥିଲେ। କାନ୍ଥରେ ବାନ୍ତିର ଚିହ୍ନ ଥିଲା। ଏପରିକି ତାଙ୍କ ମୁହଁରୁ ରକ୍ତ ବାହାରୁଥିଲା। ପରେ ଘଟଣାର ଛାନ୍‌ଭିନ୍‌ କରାଯାଇଥିଲେ ହେଁ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ପରେ ତାଙ୍କର ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ପରେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଦଳ ହାରିବା ପରେ ସେ ଚିନ୍ତିତ ହୋଇଯାଇଥିବାରୁ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଇଥିଲା। ଏପରିକି କେହି କେହି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନେକ କହିଥିଲେ। ଶେଷରେ ମୃତ୍ୟୁର ୪୫ ଦିନ ପରେ ତାଙ୍କ ମୃତ୍ୟୁ ଅପମୃତ୍ୟୁ ନୁହେଁ ବରଂ ପ୍ରାକୃତିକ ବୋଲି ପୋଲିସ କହିଥିଲା। ତେବେ କାନପୁର୍‌ରେ ଜନ୍ମିତ ଏବଂ ଇଂଲଣ୍ଡ ପାଇଁ ଖେଳିଥିବା ଉଲମରଙ୍କ ମୃତ୍ୟୁକୁ ଏବେ ବି ରହସ୍ୟାବୃତ ହୋଇ ରହିଛି କହିଲେ ଭୁଲ ହେବ ନାହିଁ।

Share