Posted inଖେଳ

କାନ୍‌ପୁରରେ ଜନ୍ମ, ଇଂଲଣ୍ଡ ପାଇଁ ଖେଳିଥିଲେ କ୍ରିକେଟ; ପାକିସ୍ତାନ ହାରିବା ପରେ ହୋଟେଲ୍‌ ରୁମ୍‌ରୁ ମିଳିଥିଲା ଉଲଗ୍ନ ମୃତଦେହ

ନୂଆଦିଲ୍ଲୀ,୧୮।୩: କ୍ରିକେଟ ଇତିହାସରେ ଏଭଳି କିଛି ଘଟଣା ଘଟିଛି ଯାହା ଏବେ ବି ଅନେକଙ୍କୁ ଚକିତ କରେ। ୨୦୦୭ ମସିହା ଆଜିର ଦିନ(ମାର୍ଚ୍ଚ ୧୮)ରେ କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ଘଟିଥିଲା ସେଭଳି ଏକ ଘଟଣା। ପଡ଼ିଆ ବାହାରେ ହୋଇଥିଲେ ହେଁ ଏହା ବେଶ୍‌ ଚର୍ଚ୍ଚିତ ହୋଇଥିଲା।

ଓ୍ବେଷ୍ଟଇଣ୍ଡିଜ୍‌ରେ ବିଶ୍ୱକପ୍‌ ଖେଳାଯାଉଥିଲା। ମାର୍ଚ୍ଚ ୧୭ରେ ଆୟରଲ୍ୟାଣ୍ଡ କ୍ରିକେଟ ଟିମ୍‌ ପାକିସ୍ତାନ ଟିମ୍‌କୁ ୩ ଉଇକେଟରେ ହରାଇଥିଲା। ମନଦୁଃଖରେ ଦଳର ଖେଳାଳିମାନେ ହୋଟେଲ ଫେରିଥିଲେ। ହେଲେ ପରଦିନ ଯାହା ଘଟିଲା ସମସ୍ତେ ଅଧିକ ଦୁଃଖିତ ହୋଇଯାଇଥିଲେ।

ପାକିସ୍ତାନ ଟିମ୍‌ ରହିଥିବା ହୋଟେଲର ୧୨ ମହଲାରେ କୋଚ୍‌ ବବ୍‌ ବୁଲ୍‌ମରଙ୍କ ରୁମ୍‌ ଥିଲା। ତାଙ୍କୁ ଏକାଧିକ ଥର ଡକା ଯାଇଥିଲେ ହେଁ କୌଣସି ଜବାବ ମିଳି ନ ଥିଲା। ଶେଷରେ ଭିତରକୁ ଯାଇ ଦେଖିବା ସମୟରେ ବାଥରୁମ୍‌ ଭିତରେ ଉଲଗ୍ନ ଅବସ୍ଥଂରେ ବୁଲମ୍‌ର ପଡ଼ିଥିବା ଦେଖାଯାଇଥିଲେ। କାନ୍ଥରେ ବାନ୍ତିର ଚିହ୍ନ ଥିଲା। ଏପରିକି ତାଙ୍କ ମୁହଁରୁ ରକ୍ତ ବାହାରୁଥିଲା। ପରେ ଘଟଣାର ଛାନ୍‌ଭିନ୍‌ କରାଯାଇଥିଲେ ହେଁ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ପରେ ତାଙ୍କର ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ପରେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଦଳ ହାରିବା ପରେ ସେ ଚିନ୍ତିତ ହୋଇଯାଇଥିବାରୁ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଇଥିଲା। ଏପରିକି କେହି କେହି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନେକ କହିଥିଲେ। ଶେଷରେ ମୃତ୍ୟୁର ୪୫ ଦିନ ପରେ ତାଙ୍କ ମୃତ୍ୟୁ ଅପମୃତ୍ୟୁ ନୁହେଁ ବରଂ ପ୍ରାକୃତିକ ବୋଲି ପୋଲିସ କହିଥିଲା। ତେବେ କାନପୁର୍‌ରେ ଜନ୍ମିତ ଏବଂ ଇଂଲଣ୍ଡ ପାଇଁ ଖେଳିଥିବା ଉଲମରଙ୍କ ମୃତ୍ୟୁକୁ ଏବେ ବି ରହସ୍ୟାବୃତ ହୋଇ ରହିଛି କହିଲେ ଭୁଲ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri