ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ,ଦୁଇ ଉଦ୍ଧାର

ଚିତ୍ରକୋଣ୍ଡା,୨୫।୫: ମାଲକାନାଗିରି ଜିଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ। ମାଛ ଧରୁଥିବା ବେଳେ ହଠାତ୍‌ ବର୍ଷା, ପବନ ମାଡି ଆସିବାରୁ ଡଙ୍ଗାଟି ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରି ନାହିଁ। ନିଖୋଜ ଓ ଉଦ୍ଧାର ପାଇଥିବା ଲୋକେ ଚିତ୍ରକୋଣ୍ଡା ନିକଟସ୍ଥ ଡାଇକ-୩ ଗାଁର ବୋଲି ସୂଚନା ମିଳିଛି।