ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୧୭ ମୃତ…

ପୋର୍ଟ-ୟୁ-ପ୍ରିନ୍ସ୍‌,୨୫।୭ : ହାଇତି ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ହାଇତିର ୧୭ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବାହାମା ଅଧିକାରୀ କହିଛନ୍ତି ଯେ ହାଇତି ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ି ଯାଇଛି ବୋଲି ଆସୋସିଏଟେଡ ପ୍ରେସ ରିପୋର୍ଟ କରିଛି। ନ୍ୟୁ ପ୍ରୋଭିଡେନ୍ସଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ଡଙ୍ଗା ବୁଡ଼ିଯିବା ପରେ କେହି ନିଖୋଜ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ବାହାମା ପ୍ରଧାନମନ୍ତ୍ରୀ ଫିଲିପ ବ୍ରେଭ ଡେଭିସ ଏକ ବିବୃତ୍ତିରେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା, ଜଣେ ପୁରୁଷ ଏବଂ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡେଭିସ କହିଛନ୍ତି ଯେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏକ ଡବଲ ଇଞ୍ଜିନ ବିଶିଷ୍ଟ ସ୍ପିଡବୋଟ ବାହାମା ଛାଡି ୬୦ ଜଣଙ୍କୁ ନେଇ ମିଆମି ଅଭିମୁଖେ ଯାଉଥିଲା। ଡେଭିସ କହିଛନ୍ତି ଯେ ଏହି ସନ୍ଦିଗ୍ଧ ମାନବ ଚାଲାଣ ଅପରେଶନର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଡେଭିସ କହିଛନ୍ତି, ମୁଁ ମୋର ସରକାର ଏବଂ ବାହାମାବାସୀଙ୍କୁ ଏହି ଦୁଃଖଦ ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛନ୍ତି। କ୍ଷମତାକୁ ଆସିବା ପରଠାରୁ ମୋ ସରକାର ଲୋକଙ୍କୁ ଏପରି ଯାତ୍ରା ବିରୁଦ୍ଧରେ ଚେତାବନୀ ଦେଇଛନ୍ତି।

ହାଇତିର ପ୍ରଧାନମନ୍ତ୍ରୀ ଆରିଏଲ ହେନେରୀ କହିଛନ୍ତି ଯେ ସେ ମୃତକଙ୍କ ପରବାରପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ସମଗ୍ର ଦେଶରେ ଶୋକର ବାତାବରଣ ସୃଷ୍ଟି କରିଛି। ମୋର ଭାଇ, ଭଉଣୀ, ଆମ ପିଲାମାନେ ଆମ ମାଟି ଛାଡି ଚାଲିଯାଉଥିବା ସମସ୍ୟାର ସମାଧାନ ପାଇଁ ମୁଁ ପୁଣି ଥରେ ଜାତୀୟ ସମନ୍ବୟ ପାଇଁ ଏକ ଅପିଲ କରୁଛି।

Share