Categories: ଜାତୀୟ

ବାଲିଆରେ ଡଙ୍ଗାବୁଡ଼ି: ୪ ମୃତ, ୨୫ ନିଖୋଜ…

ବାଲିଆ,୨୨।୫ : ଉତ୍ତରପ୍ରଦେଶର ବାଲିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାଲିଆ ଜିଲାର ମାଲଦ୍ୱୀପ ଗଙ୍ଗା ଘାଟରେ ଏହି ଘଟଣା ଘଟିଥିଲା, ଲୋକେ ମୁଣ୍ଡନ ସଂସ୍କାରରେ ଯୋଗଦେବାକୁ ଯାଉଥିଲେ। ମଝି ନଈରେ ହଠାତ ଡଙ୍ଗାଟି ଓଲଟି ପଡିଥିଲା।

ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସାହାଯ୍ୟ ପାଇଁ ପହଞ୍ଚିଥିଲେ। କେତେକ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ନିଖୋଜ ଥିବା ଲୋକଙ୍କୁ ଖୋଜାଖୋଜି କରାଯାଉଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଡଙ୍ଗାରେ ଅଧିକ ଲୋକ ଥିବାରୁ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଉଛି।

Share