ମଝି ନଈରେ ଓଲଟିଲା ଡଙ୍ଗା, ୫୦ରୁ ଅଧିକ ମୃତ…

ଙ୍କିଶାସା,୧୦।୧୦: କଙ୍ଗୋରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଝି ନଈରେ ଡଙ୍ଗା ବୁଡ଼ିଯିବାରୁ ୧୦୦ରୁ ଅଧିକ ଲୋକ ବୁଡି ଯାଇଛନ୍ତି। ଏପର୍ଯ୍ୟନ୍ତ ୫୧ଟି ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୬୦ ଯାତ୍ରୀ ନିଖୋଜ ଅଛନ୍ତି। କଙ୍ଗୋ ନଦୀରେ ଏହି ଦୁର୍ଘଟଣା ଘଟିଛି। କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିତ୍ବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦେଶର ଉତ୍ତର-ପଶ୍ଚିମ ପ୍ରଦେଶ ମୋଙ୍ଗଲାର ରାଜ୍ୟପାଳଙ୍କ ମୁଖପାତ୍ର ନେଷ୍ଟୋର ମାଗବାଡୋଙ୍କ ଅନୁଯାୟୀ ୩୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁଖପାତ୍ର କହିଛନ୍ତି ଯେ ଡଙ୍ଗାରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କୁ ଗଣନା କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଡଙ୍ଗାର ବସିବା କ୍ଷମତାକୁ ଦେଖି ନିଖୋଜ ଲୋକଙ୍କ ସଂଖ୍ୟା ଆକଳନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସେ କହିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି।

କଙ୍ଗୋ ନଦୀରେ ଡଙ୍ଗା ଓଲଟି ଦୁର୍ଘଟଣା ଘଟିବା ଏକ ସାଧାରଣ ଘଟଣା ପାଲଟିଛି। ଡଙ୍ଗାରେ ପ୍ରାୟତଃ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ପରିବହନ କରାଯାଊଥିବାରୁ ଏଭଳି ଦୁର୍ଘଟଣା ଘଟିଥାଏ। ଅଧିକାଂଶ ଲୋକ ଯାତ୍ରା ସମୟରେ ଲାଇଫ ଜ୍ୟାକେଟ ପିନ୍ଧୁ ନଥିବାରୁ ଡଙ୍ଗାବୁଡ଼ି ଘଟଣାରେ ମୃfତକଙ୍କ ସଂଖ୍ୟା ବଢ଼ିଥାଏ।

ଚଳିତ ବର୍ଷ ଫେବୃଆରୀରେ ମାଇ-ନଦୋମ୍ବେ ପ୍ରଦେଶର କଙ୍ଗୋ ନଦୀରେ ଏକ ଡଙ୍ଗା ବୁଡ଼ି ରେ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଡଙ୍ଗାରେ ୭୦୦ରୁ ଅଧିକ ଯାତ୍ରୀ ଥିଲେ।

Share