Categories: ଜାତୀୟ

ମୋତିହାରିରେ ଡଙ୍ଗା ଓଲଟି ୬ ମୃତ

ପାଟନା,୨୬ ।୯: ବିହାରର ମୋତିହାରିରେ ଡଙ୍ଗା ଓଲଟି ୨୨ ଜଣ ବୁଡି ଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଗଲାଣି । ବୁଢିଗଂଡକ ନଦୀରେ ଏହି ଦୁର୍ଘଟଣା ଘଟିଛି । ନଦୀ କୂଳରେ ଲୋକେ ଏଣେତେଣେ ଦୌଡୁଥିବା ବେଳେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ସାରିଛନ୍ତି । କୁହାଯାଉଛି କି ଆବଶ୍ୟକତାଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରିବାକୁ ଏହା ଭାରସାମ୍ୟ ହରାଇ ଓଲଟି ପଡିଛି । ଡଙ୍ଗାରେ ୧୨ ଜଣ ଯାତ୍ରୀ ଯିବାର କ୍ଷମତା ଥିବା ବେଳେ ସେଥିରେ ୨୨ ଜଣ ଯାତ୍ରା କରିବାରୁ ଏହା ମଝି ନଦୀରେ ବୁଡି ଯାଇଥିବା କୁହାଯାଉଛି । ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Share