ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଯିବା ହେଲା କାଳ: ବୁଡିଗଲା ବୋଟ୍‌: ଚାଲିଗଲା ୨୪ ଜୀବନ

ଅବୁଜା,୨୨ା୧୧: ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ପୂର୍ବ ନାଇଜେରିଆରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି।

ନାଇଜେରିଆର ଗୋଟିଏ ଅଞ୍ଚଳରୁ ଯାତ୍ରୀଙ୍କୁ ବୋଟ୍‌ଟି ଅନ୍ୟ ଅଞ୍ଚଳରେ ହେଉଥିବା ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ନେଉଥିବା ବେଳେ ବୟେଲ୍‌ସା ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା ବୋଲି ଜାତୀୟ ଜରୁରୀ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି।

କେତେଜଣ ନିଖୋଜ ଅଛନ୍ତି ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟ ୨୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି। ଯାନ୍ତ୍ରିକ ସମସ୍ୟା ଯୋଗୁ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ ବୋଲି ପୋଲିସ ମୁଖପାତ୍ର ମୁସା ମହମ୍ମଦ କହିଛନ୍ତି।

Share