ବୋର୍ଡ ଅଫ୍‌ ଭିଜିଟର୍ସଙ୍କ କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ମଣ୍ଡଳ କାରା ପରିଦର୍ଶନ କମିଟିର ୧୩ ଜଣିଆ ଦଳ ଅଚାନକ ମଣ୍ଡଳ କାରାଗାର ପରିଦର୍ଶନ କରିଥିବା ଜଣାଯାଇଛି। ଜିଲା ଜଜ୍‌ ପ୍ରଦୀପ କୁମାର ମହନ୍ତଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଦଳ ପ୍ରଥମେ ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ଅନ୍ତେବାସୀମାନଙ୍କୁ ଉପଯୁକ୍ତ ଖାଦ୍ୟପେୟ ମିଳୁଛି କି ନାହିଁ, ନିତ୍ୟ ବ୍ୟବହାର ଦ୍ରବ୍ୟ ସାବୁନ, ସର୍ଫ, ତେଲ ଆଦି ମିଳୁଛି କି ନାହିଁ, ରହିବା ଶୋଇବା, ବିଚରାଣାରେ ଓକିଲଙ୍କ ସହାୟତା, ବେଲ ପରେ ରହିଥିବା ଅନ୍ତେବାସୀଙ୍କ ଘରକୁ ନଜିବା କରଣ, ଉପଯୁକ୍ତ ଚିକିତ୍ସା ସେବା ମିଳୁଛି କି ନାହିଁ, ଖେଳକୁଦ, ଟେଲିଫୋନ ବ୍ୟବସ୍ଥା, ପାଠାଗାର ସୁବିଧା, ବିଶେଷକରି ପରସ୍ପର ମଧ୍ୟରେ ମତପାର୍ଥକ୍ୟ କିଛି ରହୁଛି କି ନାହିଁ ଆଦି ସମ୍ପର୍କରେ ଜଣ ଜଣଙ୍କୁ ପଚାରି ବୁଝିଥିଲେ। ଏଥିରେ କୌଣସି ସମସ୍ୟା ନ ଥିବା ଜଣାପଡ଼ିଥିଲା ପରେ ଏହି ଦଳ ମହିଳା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ, ସେହିଭଳି ଖାଦ୍ୟ ପ୍ରସ୍ତୁତ ସ୍ଥଳ, ଚିକିତ୍ସାଳୟ, ହସ୍ତତନ୍ତ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରଶାଧନ, ଫେବ୍ରିକେଶନ କାର୍ଯ୍ୟ, ଯୋଗଶିକ୍ଷା ସ୍ଥାନ, ପାଠାଗାର ଆଦି ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରି ଫେରିଛନ୍ତି। ଏହି ଦଳ ମଧ୍ୟରେ ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ସୁମନ କୁମାର ଜେନା, ଅତିରିକ୍ତ ଜିଲାପାଳ ଆଲୋମଣି ସେଠୀ, ଜିଲାପାଳଙ୍କ ପ୍ରତିଷ୍ଠାନ ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ପୂଜାହାରୀ, ଏଡିଏ୍‌ଓ ଶିବ ସାଇ ସ୍ବରୂପ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶୁଭଙ୍କର ବାରିକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ଦୁର୍ଗାପ୍ରସାଦ ମହାନ୍ତ, ଆଇନଜୀବୀ ରମେଶ କୁମାର କହଁର, ସାମାଜିକ କର୍ମୀ ଲଳିତ ମୋହନ ପଟ୍ଟନାୟକ, ଖବରଦାତା ଘନଶ୍ୟାମ ରଥ ଏବଂ ଜିଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲା କୃଷି ଅଧିକାରୀ ପ୍ରମୁଖ ଏହି ଦଳରେ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଜଜ୍‌ଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶ୍ରୀକାନ୍ତ କୁମାର ଦଣ୍ଡସେନା, ଡାକ୍ତର ପ୍ରିନ୍ସ ପରିଡ଼ା, କାରପାଳ ଲଲାଟେନ୍ଦୁ ଦାଶଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri