ବାଣ ଦୋକାନ ଉପରେ ବିଏମ୍‌ସିର କଡା ନଜର

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଆଗକୁ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି ବାଣ ଦୋକନ ଉପରେ ନଜର ରଖିଛି ବିଏମ୍‌ସି। ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ବାଣ ଦୋକାନ ଖୋଲିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଥିସହ ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସି ଟିମ୍‌ ଚଢ଼ଉ କରିବା ସହ ଯାଞ୍ଚ କରୁଛନ୍ତି। ବାଣ ଦୋକାନରେ ସୁରକ୍ଷା ନିରାପତ୍ତା ଓ ଅଗ୍ନି ନିର୍ବାପକ ଉପରେ ଗୁରୁତ୍ୱ ଦିଆଯାଉଛି।