ସୋନୁ ସୁଦଙ୍କୁ ବିଏମ୍‌ସିର ନୋଟିସ

ମୁମ୍ବାଇ: ବଲିଉଡ୍‌ର ଜଣେ ପ୍ରତିଷ୍ଠିତ କଳାକାର ତଥା ଗରୀବଙ୍କ ଭଗବାନ ଭାବେ ପରିଚିତ ଅଭିନେତା ସୋନୁ ସୁଦଙ୍କ ନାଁରେ ବୃହାନମୁମ୍ବାଇ ନଗର ନିଗମ (ବିଏମ୍‌ସି) ପକ୍ଷରୁ ନୋଟିସ ଜାରି କରାଯାଇଛି । ସୋନୁ ଜୁହୁ ସ୍ଥିତ ଏକ ରେସିଡେନ୍ସ ବିଲଡିଂରେ ବେଆଇନ ଭାବେ ହୋଟେଲ ନିର୍ମାଣ କରିଥିବା ଦର୍ଶାଇ ବିଏମ୍‌ସି ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ଗତ ଜୁଲାଇରେ ବିଏମ୍‌ସି ପକ୍ଷରୁ ଏହାକୁ ନେଇ ନୋଟିସ ଜାରି କରାଯାଇଥିବା ବେଳେ ସୋନୁ କହିଥିଲେ ସେ ଏହାକୁ ପରିବର୍ତ୍ତନ କରିଦେବେ । ଅର୍ଥାତ୍ ହୋଟେଲ ବନ୍ଦ କରି ଏହାକୁ ରେସିଡେନସିଆଲ ବିଲଡିଂ କରିଦେବେ । ବିଲଡିଂକୁ ରିନୋଭେଟ କରି ସେ ଖୁବଶୀଘ୍ର ଏହାକୁ ବଦଳାଇ ଦେବେ ବୋଲି କହିଥିଲେ । ହେଲେ ଏପର୍ଯ୍ୟନ୍ତ ସେ ଏହା କରି ନ ଥିବାରୁ ବିଏମ୍‌ସି ପକ୍ଷରୁ ପୁଣିଥରେ ସୋନୁଙ୍କ ନାଁରେ ନୋଟିସ ପଠାଯାଇଛି । ଆଉ ଏହାର ଜବାବରେ ସୋନୁ କହିଛନ୍ତି ସେ ଉକ୍ତ ବିଲଡିଂକୁ ରିନୋଭେଟ କରି ଦେଇଛନ୍ତି । ଏବେ ଏହାର ଡକ୍ୟୁମେଣ୍ଟେଶନ ପ୍ରକ୍ରିୟା ଚାଲିଛି ।

Share