ଏନର୍ଜି ଅଡିଟର ନିଯୁକ୍ତ କରିବ ବିଏମ୍‌ସି

ଭୁବନେଶ୍ୱର, ୨୫।୮(ବନ୍ଦନା ସେଠୀ): ଶକ୍ତି ସଞ୍ଚୟ ନାମରେ ବିଏମ୍‌ସିରେ ହରିଲୁଟ୍‌ ଚାଲିଛି। ଏନେଇ ନିୟୋଜିତ ସଂସ୍ଥାକୁ କେହି ଜଗିବାକୁ ନ ଥିବାରୁ ସେମାନେ ମନଇଚ୍ଛା କାମ କରୁଛନ୍ତି। ଦୀର୍ଘ ୧୦ବର୍ଷ ଧରି ବିଏମ୍‌ସିରେ ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର ନିଯୁକ୍ତ ନ ଥିବାରୁ ଠିକା ସଂସ୍ଥା ତାର ମନମାନୀ କରୁଛି। ତେବେ ଏନେଇ ବିଏମ୍‌ସି କର୍ପୋରେସନ ବୈଠକରେ ଆଲୋଚନା ହେବା ସହ ବାରମ୍ବାର ଦାବି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାପରେ ବିଏମ୍‌ସି ଏବେ ଏନର୍ଜି ଅଡିଟର ନିଯୁକ୍ତ କରିବାକୁ ଯାଉଛି। ଏନେଇ ବିଧିବଦ୍ଧ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି। ଚଳିତମାସ ୨୯ ସୁଦ୍ଧା ଆବେଦନ କରିବାକୁ ସଂସ୍ଥାମାନଙ୍କୁ କୁହାଯାଇଛି। ଶକ୍ତି ସଞ୍ଚୟ କରିବା ଲକ୍ଷ୍ୟରେ ବିଏମସି ୨୦୧୩ ମସିହାରେ ପିପିପି ମୋଡ୍‌ରେ ‘ଏନର୍ଜି ସେଭିଂ ମୋଡ ପ୍ରକଳ୍ପ’ର ପରିକଳ୍ପନା କରିଥିଲା। ଏନେଇ ବିଏମ୍‌ସି ସୁପର ୱେଲ ଫାଇନାନ୍ସିଆଲ ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ ଲିମିଟେଡ ସହ ୧୦ ବର୍ଷ ପର୍ଯ୍ୟନ୍ତ ଓ ନିଲ୍‌ ପ୍ରାଇଭେଟ ଲିମିଟେଡ ସହ ୨୦୧୭ରେ ୭ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିଲା। ଏହି ଦୁଇ ଠିକା ସଂସ୍ଥା ସହରରେ ଲାଇଟ ଲଗାଇବା ସହ ସମସ୍ତ ପ୍ରକାରର ରକ୍ଷଣାବେକ୍ଷଣ କରୁଛନ୍ତି। ଚୁକ୍ତି ଅନୁଯାୟୀ, ପ୍ରକଳ୍ପ ଅନ୍ତର୍ଗତ ବିଏମ୍‌ସି ପୂର୍ବାପେକ୍ଷା ବିଜୁଳି ବିଲ ବାବଦକୁ ୮୦.୦୨ ପ୍ରତିଶତ କମ ପୈଠ କରିବ ଏବଂ ଏଥିରୁ ଅଧିକ ବିଲ୍‌ ଆସିଲେ ସମ୍ପୃକ୍ତ ସଂସ୍ଥାମାନେ ଜରିମାନା ଦେବେ। ସେହିପରି ଯଦି ସଂସ୍ଥାମାନେ ଭଲ ପ୍ରଦର୍ଶନ କରିବେ ତେବେ ସେମାନଙ୍କୁ ବିଏମ୍‌ସି ପୁରସ୍କୃତ କରିବ। ସଂସ୍ଥାର ପ୍ରଦର୍ଶନକୁ ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର (ଆଇଇଏ) ତଦାରଖ କରିବା କଥା। ସେହିପରି ସହରରେ ଲାଗିଥିବା ସମସ୍ତ ବଲ୍‌ବ କ୍ଷମତା ଅନୁଯାୟୀ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରୁଛନ୍ତି କି ନାହିଁ, ଏଥିରେ ସ୍ବଚ୍ଛତା ରହୁଛି କି ନାହିଁ ଏହାର ହିସାବ ପାଇଁ ବର୍ଷକୁ ଦୁଇଥର ଲକ୍ସ ଲେଭେଲ ମେଜରମେଣ୍ଟ (ଏଲ୍‌ଏଲ୍‌ଏମ୍‌) ହେବା କଥା। ମାତ୍ର ଆଇଇଏ ନ ଥିବାରୁ ଏସବୁ କିଛି ହେଉ ନଥିଲା। ଏପରିକି ଠିକା ସଂସ୍ଥାମାନେ ଯାହା ରିପୋର୍ଟ ଦେଉଥିଲେ ବିଏମ୍‌ସି ତାହାକୁ ମାନି ନେଉଥିଲା। ଫଳରେ ପ୍ରତିବର୍ଷ ଶକ୍ତି ସଞ୍ଚୟ ନାମରେ ବିଏମ୍‌ସିର ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଥିଲା। ତେବେ ଆଇଇଏ ନିଯୁକ୍ତ ହେବାପରେ ଏଥିରେ ହେଉଥିବା ହେର୍‌ଫେର୍‌ର ଅନ୍ତ ଘଟିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri