ଆମିଷ ହାଟକୁ ଭୁଲିଗଲା ବିଏମ୍‌ସି

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାକୁ ଦୃଢ କରିବା ପାଇଁ ବିଏମ୍‌ସି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଥିରେ ସଫଳ ହୋଇପାରୁନାହିଁ। ବ୍ୟବସାୟିକ ଅଞ୍ଚଳରୁ ଅଳିଆ ଉଠାଇବା ପାଇଁ ୫୭ଟି ନୂତନ ସଫେଇ ଗାଡ଼ି ନିୟୋଜିତ କରିଥିବାବେଳେ ଆମିଷ ବଜାରକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ଏଠାରୁ ବାହାରୁଥିବା ମାଛ, ମାଂସର ବର୍ଜ୍ୟକୁ କିପରି ସ୍ଥାନାନ୍ତର କରି ବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ସହରର ପ୍ରମୁଖ ଆମିଷ ମାର୍କେଟ ଭାବେ ପରିଚିତ ୟୁନିଟ-୪ ହାଟରେ ପରିମଳ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି। ଆମିଷ ରକ୍ତ ପାଣି ସହ ମାଛକାତି, ପୁଟା ଠାରୁ ଆରମ୍ଭ କରି ଚିକେନ୍‌, ମଟନ୍‌ରୁ ବାହାରୁଥିବା ବର୍ଜ୍ୟରେ ମାର୍କେଟ ସମ୍ମୁଖ ଭାଗ ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ମାର୍କେଟରେ ମାଛର ୪୦ଟି ହୋଲ୍‌ସେଲ୍‌ ଦୋକାନ ଥିବାବେଳେ ୧ଶହରୁ ଊର୍ଦ୍ଧ୍ୱ ଖୁଚୁରା ବ୍ୟବସାୟୀ ରହିଛନ୍ତି। ସେହିପରି ୬୦ଟି ଚିକେନ୍‌ ଦୋକାନ ଥିବାବେଳେ ୨୩ଟି ମଟନ୍‌ ଦୋକାନ ରହିଛି। ଏଥିରୁ ବାହାରୁଥିବା ବର୍ଜ୍ୟକୁ ପକାଇବା ପାଇଁ ବିଏମ୍‌ସି ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ବ୍ୟବସାୟୀମାନେ ମନଇଚ୍ଛା ରାସ୍ତା କଡ଼ରେ ଗଦାଇ ଦେଉଛନ୍ତି। ପୁଣି ବୁଲା କୁକୁରମାନେ ଏହାକୁ ଖାଇବା ବେଳେ ଖିନ୍‌ଭିନ୍‌ କରି ରାସ୍ତାସାରା ଅପରିଷ୍କାର କରିଦେଉଛନ୍ତି। ପୂର୍ବରୁ ମାର୍କେଟରୁ ବାହାରୁଥିବା ବର୍ଜ୍ୟକୁ ନିକଟସ୍ଥ ଡଷ୍ଟବିନ୍‌ରେ ପକାଯାଉଥିଲା। ଡଷ୍ଟବିନ୍‌ ଫୁଲ୍‌ ହେବା ପରେ ସେଠାରୁ ବିଏମ୍‌ସିର ଅଳିଆ ଗାଡ଼ି ବର୍ଜ୍ୟକୁ ନେଇଯାଉଥିଲା। ମାତ୍ର ଗତ ୧୫ଦିନ ହେବ ଏହି ଡଷ୍ଟବିନକୁ ଉଠାଇ ଦିଆଯାଇଛି। ଅଳିଆ ପକାଇବାକୁ ସ୍ଥାନ ନ ପାଇ ବ୍ୟବସାୟୀମାନେ ରାସ୍ତା କଡ଼ରେ ଗଦାଇ ଦେଉଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେଶନ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ପ୍ରତି ଦିନ ବହୁ ପରିମାଣର ବର୍ଜ୍ୟ ବାହାରୁଥିବାବେଳେ ଏହାକୁ ଫୋପାଡ଼ିବା ପାଇଁ ବିଏମ୍‌ସି ସ୍ଥାୟୀ ବ୍ୟବସ୍ଥା କରୁନାହିଁ। ବିଶେଷକରି ଡଷ୍ଟବିନ୍‌ ହଟାଇ ଦିଆଯିବା ପରେ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି। ବିଏମ୍‌ସିର ଅଳିଆ ଗାଡ଼ି ଦିନରେ ଗୋଟେଥର ଆସି ଏଗୁଡ଼ିକ ଉଠାଉଛି। ମାତ୍ର ହାଟରେ ଥିବା ହୋଲସେଲ୍‌ ବ୍ୟବସାୟୀମାନେ ସନ୍ଧ୍ୟାରେ ବେପାର ବନ୍ଦ କରିବା ବେଳେ ବର୍ଜ୍ୟ ଆଣି ଏଠାରେ ପକାଉଛନ୍ତି। ରାତିସାରା ସେଗୁଡିକ ସେମିତି ରାସ୍ତାରେ ପଡିରହୁଛି। ତା’ପରଦିନ ଅଳିଆ ଗାଡ଼ି ଆସିବା ବେଳକୁ ରାସ୍ତାପୂରା ଅପରିଷ୍କାର ହୋଇଯାଉଛି। ତେଣୁ ବିଏମ୍‌ସି ଦିନରେ ୨ଥର ଅଳିଆ ଗାଡ଼ି ଆଣି ଏହାକୁ ଉଠାଇବା ଆବଶ୍ୟକ।
ଅପରପକ୍ଷେ ବିଏମ୍‌ସି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ଚିକେନ ବ୍ୟବସାୟୀମାନେ ବାହାରୁଥିବା ବର୍ଜ୍ୟକୁ ଚିଲିକା ପଟେ ଥିବା ଫାର୍ମଗୁଡିକୁ ଦେଇ ଦେଉଛନ୍ତି। ସେହିପରି ମଟନ୍‌ ବା ଖାସିରୁ ସେଭଳି କିଛି ବର୍ଜ୍ୟ ବାହାରୁ ନାହିଁ। ପୁଟାଠାରୁ ଆରମ୍ଭ କରି ଖାସି ଚମଡ଼ା ପର୍ଯ୍ୟନ୍ତ ସେ ସବୁକୁ ଲୋକମାନେ ନେଇ ଯାଉଛନ୍ତି। କେବଳ ମାଛରୁ ବାହାରୁଥିବା କିଛି ବର୍ଜ୍ୟ ଆମ ପାଖକୁ ଆସୁଛି। ସେଗୁଡିକ ସହରରୁ ବାହାରୁଥିବା ଅନ୍ୟ ବର୍ଜ୍ୟ ସହିତ ମିଶି ଟିଟିଏସ୍‌କୁ ଯାଉଛି। ତେବେ ଏହାର ପ୍ରୋସେସିଂ କରିବା ପାଇଁ ଚେଷ୍ଟା କରାଯାଉଛି। ଖୁବ୍‌ଶୀଘ୍ର ମାଛ ଏବଂ ମାଂସର ବର୍ଜ୍ୟକୁ ନେବା ପାଇଁ କେଉଁମାନେ ଆଗ୍ରହୀ ହେବେ ସେ ନେଇ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ ବାହାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri